ଭୁବନେଶ୍ବର: ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ ଲାଇନରେ ପିଟିସନ ଦାଖଲ କରିବ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହାର ଶୁଭାରମ୍ଭ କରିବେ । ଏହାସହ ସାମାଜିକ ଗଣମାଧ୍ୟମରେ ବଗଲା ଅନିୟମିତତା ସମ୍ପର୍କରେ ଜନ ଜାଗରଣ ସୃଷ୍ଟି କରିବ ବିଜେପି ।
ତେବେ ପୁରୀରେ ଆଜି ଠାରୁ ଏହି ଜନ ଜାଗରଣ ଆରମ୍ଭ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ସେହିପରି ବର୍ତ୍ତମାନ ସମୟରେ ଅନଲାଇନରେ ପିଟିସନର ଆଶ୍ୟକତା ଅଛି। କାରଣ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଥିବା ଜଗନ୍ନାଥ ପ୍ରେମୀଙ୍କୁ ବଗଲା ଧର୍ମଶାଳା ଅନିୟମିତତା ଆଘାତ ଦେଇଛି। ଏ ବିଷୟରେ ଜନ ଜାଗରଣ ସୃଷ୍ଟି କରିବା ମୁଖ୍ୟ ଲକ୍ଷ ବୋଲି ସେ କହିଛନ୍ତି ।