ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଶନିବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର । ଏହି ସମୟରେ ସେ ସରକାରଙ୍କୁ ୩ଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି ।
ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ବିଜେପିର 3ଟି ପ୍ରଶ୍ନ - ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗ
ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଶନିବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ୩ଟି ପ୍ରଶ୍ନ ପଚାରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ।
1. କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅଧିନରେ ରାଜ୍ୟକୁ ୨୦ କୋଟି ଟଙ୍କା ମିଳିଛି, ସେଥିରୁ ୩ କୋଟି ଖର୍ଚ୍ଚ ହୋଇଛି । ଏହା ପରେ ବି ସରକାର କାହିଁକି ଜମିର କିସମ ବଦଳାଇ ବିକ୍ରି କରିଛନ୍ତି ?
2.ପୁରୀକୁ ଆସୁଥିବା 60 ହଜାର ତୀର୍ଥଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ କଣ କରିଛନ୍ତି?
3. ପ୍ଳଟିଙ୍ଗ କରାଯାଇଥିବା ଜମିରୁ 6ଟି ବିକ୍ରି ହୋଇଥିବାବେଳେ ବାକି ଜମିକୁ ନେତା, ମନ୍ତ୍ରୀ, ବିଧାୟକଙ୍କୁ ଜମି ଯୋଗାଇବାକୁ ଏହା ଏକ ଷଡଯନ୍ତ୍ର କି ? ଯାହା ପ୍ଳଟିଙ୍ଗ କରାଯାଇଛି ତାହାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ପ୍ରସାଦ ଯୋଜନାରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଚାଲୁ ରଖାଯାଉ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ