ଓଡିଶା

odisha

ETV Bharat / city

ମିଶନଶକ୍ତି ମେଳା: ମନ କିଣୁଛି ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ମାଣ୍ଡିଆ ବିରିୟାନୀ - mission shakti program, bbsr

ରାଜଧାନୀରେ ଚାଲିଛି ପ୍ରଥମ ମିଶନ ଶକ୍ତି ମେଳା । ଏହି ମେଳାରେ ସାରା ରାଜ୍ୟରୁ 200 ଏସଏସଜି ଗ୍ରୁପ ଭାଗ ନେଇଛନ୍ତି । ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ସମ୍ବଲପୁରୀ ବସ୍ତ୍ର ଏବଂ ମାଣ୍ଡିଆ ବିରିୟାନୀ ।

mission shakti program, bbsr
ମିଶନଶକ୍ତି ମେଳା: ମନ କିଣୁଛି ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ମାଣ୍ଡିଆ ବିରିୟାନୀ

By

Published : Dec 11, 2019, 8:57 AM IST

ଭୁବନେଶ୍ବର: ରାଜ୍ୟରେ ଚାଲିଛି ରାଜ୍ୟର ପ୍ରଥମ ମିଶନ ଶକ୍ତି ମେଳା । ଏହି ମେଳାରେ ସାରା ରାଜ୍ୟରୁ 200 ଏସଏସଜି ଗ୍ରୁପ ଭାଗ ନେଇଛନ୍ତି । ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ସମ୍ବଲପୁରୀ ବସ୍ତ୍ର ଏବଂ ମାଣ୍ଡିଆ ବିରିୟାନୀ । ଏହି ମେଳାରେ ସୁଲଭ ମୂଲ୍ୟରେ ସମ୍ପୂର୍ଣ୍ଣ ହାତ ତିଆରି ବା ହାତ ବୁଣା ସମ୍ବଲପୁରୀ ଶାଢ଼ୀ ନେବା ପାଇଁ ଲୋକଙ୍କ ବେଶ ଭିଡ଼ ଜମୁଛି । ସେପଟେ ଶୀତୁଆ ରାତି ସହ ଗରମ ଗରମ ପିଠା, ତାହା ପୁଣି ବିରି କି ଚାଉଳର ପିଠା ନୁହେଁ ମାଣ୍ଡିଆରେ ତିଆରି ପିଠା ଖାଇବାକୁ ମେଳାରେ ଲାଗିଛି ଭିଡ଼ ।

ମିଶନଶକ୍ତି ମେଳା: ମନ କିଣୁଛି ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ମାଣ୍ଡିଆ ବିରିୟାନୀ


ଅନ୍ୟପଟେ ବେପାରୀ ମଧ୍ୟ ବେଶ ଦୁଇ ପଇସା ପାଇ ଲାଭବାନ ହୋଇ ପାରୁଥିବାରୁ ଖୁସି ପ୍ରକାଶ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ, ମିଶନଶକ୍ତି ନିର୍ଦ୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡିଆରେ ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ।


ରାଜ୍ୟରେ ପ୍ରଥମ ଥର କରି ହୋଇଥିବା ମିଶନ ଶକ୍ତି ମେଳାରେ ଏଭଳି କିଛି ଖାଦ୍ୟର ପସରା ଜମିଛି । ଆମେ ସଭିଏଁ ବିରି ପିଠା ଓ ମଟନ, ଚିକେନର ବିରିୟାନୀ ଖାଇ ଥାଉ ହେଲେ ଏଠାରେ ମାଣ୍ଡିଆରେ ତିଆରି ବିରିୟାନୀ, ପିଠା ମିଳୁଛି । ମିଲେଟ ମିଶନର ସହଭାଗିତାରେ ଭୁବନେଶ୍ବର ବରମୁଣ୍ଡାସ୍ଥିତ ଏକ ଏସଏସଜି ଗ୍ରୁପ ଏହି ମାଣ୍ଡିଆରେ ଖାଦ୍ୟ ତିଆରି କରି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏପଟେ ମାଣ୍ଡିଆ ପେଟକୁ ଥଣ୍ଡା ରଖୁଥିବାରୁ ଏହାର ଚାହିଦା ଅଧିକ ରହିଛି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details