ଓଡିଶା

odisha

ETV Bharat / city

ତୋଷାଳୀ ମେଳା: ମନମୋହୁଛି ସମ୍ବଲପୁରୀ ବସ୍ତ୍ର, ବଢୁଛି ଚାହିଦା - Sambalpuri clothes getting more demand

ରାଜଧାନୀରେ ଚାଲିଛି ତୋଷାଳୀ ମେଳା । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ବେଶ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

sambalpuri saree
ମନମୋହୁଛି ସମ୍ବଲପୁରୀ ବସ୍ତ୍ର

By

Published : Dec 24, 2019, 3:03 PM IST

ଭୁବନେଶ୍ବର: ସମୟ ବଦଳୁଛି, ସେ ନେଇ ରାଜ୍ୟରେ ମଧ୍ୟ ଧୀରେ ଧୀରେ ବଦଳୁଛି ଲୋକଙ୍କ ପସନ୍ଦ। ଲୋକେ ହାତ ବୁଣା ସମ୍ବଲପୁରୀ ଲୁଗାଆଡକୁ ବେଶ ଆକୃଷ୍ଟ ହେଉଛନ୍ତି। ଯେଉଁଥିପାଇଁ ବୁଣାକାର ଚଳିତବର୍ଷ ରାଜ୍ୟରେ ଚାଲିଥିବା ତୋଷାଳୀ ମେଳାରେ 5 ରୁ 6 ଲକ୍ଷ ଟଙ୍କାର ବେପାର କରିବେ ବୋଲି ଆଶା ବାନ୍ଧିଛନ୍ତି ।

ମନମୋହୁଛି ସମ୍ବଲପୁରୀ ବସ୍ତ୍ର

ଅନ୍ୟପଟେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଯଥା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ ଆଦି ଅଞ୍ଚଳରୁ ଅନେକ ବୁଣାକାର ବେପାରୀ ଭଲ ଦୁଇ ପଇସା ରୋଜଗାର ଆଶା ନେଇ ଆସିଛନ୍ତି । 2 ହଜାର ଟଙ୍କା ଠାରୁ ଆରମ୍ଭ କରି 30 ହଜାର ମୂଲ୍ୟ ପର୍ଯ୍ୟନ୍ତ ରହିଛି ସମ୍ବଲପୁରୀ ଶାଢ଼ୀ ।

ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ବେପାରୀର ବୁଣା ଜିନିଷକୁ ଲୋକେ ଆଦର ସହକାରେ କିଣୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details