ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ବିବାଦ ପାଇଁ ସମଗ୍ର ଓଡିଶାରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । JSW ପ୍ରକଳ୍ପକୁ ବିବାଦକୁ ନେଇ ଗ୍ରାମବାସୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦ ସ୍ବରୂପ ପୋଲିସ ଗ୍ରାମବାସୀଙ୍କ ଉପରେ ଲାଠି ଚାର୍ଜ କରିଥିଲା ।
Dhinkia Issue: ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ - ଢିଙ୍କିଆ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ଏସପି
ଢିଙ୍କିଆରେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଲାଠିଚାର୍ଜକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ । ଅଧିକ ପଢନ୍ତୁ
Dhinkia Issue: ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ
ଲୋକଙ୍କ ଉପରେ ପୋଲିସର ନିର୍ଯାତନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ପ୍ରତିନିଧି ଦଳ । ଢିଙ୍କିଆ ଚାରି ପ୍ରଦେଶରୁ ତୁରନ୍ତ ପୋଲିସ ପ୍ରତ୍ୟାହାର ସହ ଗିରଫ ହୋଇଥିବା ଲୋକଙ୍କୁ ନିଃସର୍ତ୍ତ ଛାଡିବାକୁ ଦାବି କରିଛି ସମାଜବାଦୀ ପାର୍ଟି । ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ଏହାସହ ଅଭିଯୁକ୍ତ ପୋଲିସ ଏବଂ ଏସପିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏକ ସର୍ବଦଳୀୟ କମିଟି କରି ସମାଧାନ ପାଇଁ ରାଜ୍ୟପାଳଙ୍କୁ ନିବେଦନ କରିଛି ଏସପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ