ଓଡିଶା

odisha

ETV Bharat / city

JSW project: ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ସମାଜବାଦୀ ପାର୍ଟି - ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସମାଜବାଦୀ ପାର୍ଟି

ଢିଙ୍କିଆ ବିବାଦ ନେଇ ସର୍ବଦଳୀୟ କମିଟି ଗଠନ ଦାବି। ଏହି ପ୍ରସଙ୍ଗ ନେଇ ଓଡ଼ିଶା ଶାଖା ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ନେଇ ୪ ଜଣିଆ ପ୍ରତିନିଧି ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରାଯାଇଛି। ଅଧିକ ପଢ଼ନ୍ତୁ

Samajwadi party meet governor on dhinkia issue
ଢ଼ିଙ୍କିଆ ବିବାଦ: ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସମାଜବାଦୀ ପାର୍ଟି

By

Published : Jan 18, 2022, 11:20 AM IST

ଭୁବନେଶ୍ବର: ଢିଙ୍କିଆ ବିବାଦ ନେଇ ସର୍ବଦଳୀୟ କମିଟି ଗଠନ ଦାବି। ଏହି ପ୍ରସଙ୍ଗ ନେଇ ଓଡ଼ିଶା ଶାଖା ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ନେଇ ୪ ଜଣିଆ ପ୍ରତିନିଧି ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରାଯାଇଛି।

ଜଗତସିଂହପୁର ଢିଙ୍କିଆ ବିବାଦ ନେଇ ସମାଜବାଦୀ ପାର୍ଟି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଢିଙ୍କିଆରେ ପୋସ୍କୋ ପ୍ରକଳ୍ପ ନେଇ ହୋଇଥିବା ଆନ୍ଦୋଳନରେ ହୋଇଥିବା ମକଦ୍ଦମା ଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସମାଜବାଦୀ ପାର୍ଟି ଦାବିପତ୍ର ପ୍ରଦାନ କରିଛନ୍ତି। ଢିଙ୍କିଆ ଗ୍ରାମପୁଞ୍ଜର ଜିନ୍ଦଲ ଇସ୍ପାତ ପ୍ରକଳ୍ପ ଅଞ୍ଚଳରୁ ପୋଲିସ ପ୍ରତ୍ୟାହାର ଏବଂ ଗିରଫ ଆନ୍ଦୋଳନକାରୀଙ୍କୁ ନିସର୍ତ୍ତରେ ଖଲାସ କରାଯିବା ପାଇଁ ସେଥିରେ ଉଲ୍ଲେଖ ରହିଛି। ଆହତଙ୍କୁ ମାଗଣା ଚିକିତ୍ସା ସହ ଗ୍ରାମବାସୀମାନଙ୍କ ଉପରେ ବର୍ବର ଆଚରଣ କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପୋଲିସ ଜନସାଧାରଙ୍କୁ ଲାଠିମାରି ଲହୁଲୁହାଣ କରିଛନ୍ତି । ଯାହା ଗଣତାନ୍ତ୍ରିକ ଇତିହାସରେ ନିନ୍ଦନୀୟ ବୋଲି ଦଳ ପକ୍ଷରୁ କୁହାଯାଇଛି । ସର୍ବୋପରି ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ପାଇଁ ଏକ ସର୍ବଦଳୀୟ କମିଟି ଗଠନ କରିବାକୁ ସମାଜବାଦୀ ପାର୍ଟି ।

ରାଜ୍ୟପାଳ ଏ ଦିଗରେ ତୁରନ୍ତ ମୁଖ୍ୟ ଶାସନ ସଚିବ, ପୋଲିସ୍‌ ମହାନିର୍ଦ୍ଦେଶକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଡ଼କାଇ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି । ଢିଙ୍କିଆ ଅଞ୍ଚଳରେ ପାନବରଜ ଭଙ୍ଗା, ଜିନ୍ଦଲ ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଓ ନାଗରିକ ଅଧିକାର କ୍ଷୁଣ୍ଣ ଉପରେ ଏକ ନିରପେକ୍ଷ ତଦନ୍ତ କିରବାକୁ ସମାଜବାଦୀ ପାର୍ଟି ଦାବି କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details