ଓଡିଶା

odisha

ETV Bharat / city

ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି: ପଛୁଆବର୍ଗ ଜନଗଣନା ପରେ ପୌର ନିର୍ବାଚନ କରିବାକୁ ଦାବି - ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି । ପଛୁଆବର୍ଗ ଜନଗଣନା ପରେ ମ୍ୟୁନିସିପାଲିଟି, ଏନଏସି ନିର୍ବାଚନ କରିବାକୁ ଦାବି କଲା ଦଳ । ଏ ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଲା ସମାଜବାଦୀ ପାର୍ଟି । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି; ପଛୁଆବର୍ଗ ଜନଗଣନା ପରେ ପୌର ନିର୍ବାଚନ କରିବାକୁ ଦାବି
ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି; ପଛୁଆବର୍ଗ ଜନଗଣନା ପରେ ପୌର ନିର୍ବାଚନ କରିବାକୁ ଦାବି

By

Published : Feb 24, 2022, 8:27 PM IST

Updated : Feb 24, 2022, 9:05 PM IST

ଭୁବନେଶ୍ବର : ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି । ପଛୁଆବର୍ଗ ଜନଗଣନା ପରେ ମ୍ୟୁନିସିପାଲିଟି, ଏନଏସି ନିର୍ବାଚନ କରିବାକୁ ଦାବି କଲା ଦଳ । ଏ ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଲା ସମାଜବାଦୀ ପାର୍ଟି ।

ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି: ପଛୁଆବର୍ଗ ଜନଗଣନା ପରେ ପୌର ନିର୍ବାଚନ କରିବାକୁ ଦାବି

ବାଜି ସାରିଛି ପୌର ନିର୍ବାଚନ ବିଗୁଲ । ଆସନ୍ତା କିଛି ମାସ ମଧ୍ୟରେ ପୌର ନିର୍ବାଚନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାର । ୧୦୭ ମ୍ୟୁନିସିପାଲିଟି, ଏନଏସି ଓ ୩ଟି ମ୍ୟୁନିସିପାଲ କର୍ପୋରେସନର ୧୭୫୬ଟି ୱାର୍ଡର ନିର୍ବାଚନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାବି ପଢନ୍ତୁ :Ukraine Crisis: ପ୍ରଧାନମନ୍ତ୍ରୀ ମୋଦି ଡାକିଲେ ଜରୁରୀକାଳୀନ ବୈଠକ

୪ ବର୍ଷ ପରେ ଏହି ନିର୍ବାଚନ ୨୦୨୨ରେ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ତେବେ ଏଥିରେ ପଞ୍ଚାୟତ ନିର୍ବାଚନ ପରି ପଛୁଆ ବର୍ଗ ଜନ ଗଣନା ହୋଇନଥିବା ଯୋଗୁଁ ରାଜ୍ୟର ୫୨ ଭାଗ ଓବିସି ୧୭୫୬ଟି ୱାର୍ଡ ମଧ୍ୟରୁ ୪୭୪ ଟି ୱାର୍ଡ କାଉନସିଲର ପଦବି ହରାଇବେ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ଏନେଇ ଆଜି(ଗୁରୁବାର) ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛି । ତେବେ ସମାଜବାଦୀ ପାର୍ଟି କହିଛି ଏହାକୁ ଆଉ ୬ ମାସ ଘୁଞ୍ଚାଇ ଦିଆଯାଇ ରାଜ୍ୟରେ ପଛୁଆ ବର୍ଗ ଜନଗଣନା କରି ସାରିଲା ପରେ ମ୍ୟୁନିସିପାଲିଟି ଓ ଏନଏସି ନିର୍ବାଚନ କରିବାକୁ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 24, 2022, 9:05 PM IST

ABOUT THE AUTHOR

...view details