ଓଡିଶା

odisha

ETV Bharat / city

'ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ଓଡିଶାର ସ୍ବାଭିମାନ ପ୍ରତି ଅସମ୍ମାନ’

ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା । ଓଡିଶାର ସ୍ବାଭିମାନ ପ୍ରତି ଏକ ଆହ୍ୱାନ ବୋଲି କହିଲା ପାର୍ଟି । ଅଧିକ ପଢନ୍ତୁ...

'ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ଓଡିଶାର ସ୍ବାଭିମାନ ପ୍ରତି ଆହ୍ୱାନ'
'ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ଓଡିଶାର ସ୍ବାଭିମାନ ପ୍ରତି ଆହ୍ୱାନ'

By

Published : Jun 3, 2021, 12:24 PM IST

Updated : Jun 3, 2021, 5:13 PM IST

ଭୁବନେଶ୍ବର: ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା । ଦିବଙ୍ଗତ ରଘୁନାଥ ମହାପାତ୍ରଙ୍କ ସ୍ଥାନରେ କିପରି ମହେଶ ଜେଠମାଲାନୀଙ୍କୁ ରାଜ୍ୟସଭାକୁ ମନୋନୀତ କରାଗଲା ବୋଲି ପାର୍ଟି ପ୍ରଶ୍ନ କରିବା ସହ ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ।

'ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ଓଡିଶାର ସ୍ବାଭିମାନ ପ୍ରତି ଆହ୍ୱାନ'

ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍ୱାଧୀନତାର ୭୪ ବର୍ଷ ପରେ ପ୍ରଥମ ବ୍ୟକ୍ତି ଭାବେ ବିଶିଷ୍ଟ ସ୍ଥପତି ସ୍ଵର୍ଗତ ରଘୁନାଥ ମହାପାତ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ହେଲେ କୋରୋନାରେ ତାଙ୍କ ବିୟୋଗ ପରେ ଓଡିଶାବାସୀଙ୍କ ମନରୁ ଦୁଃଖ ନ ଲିଭୁଣୁ ରାଷ୍ଟ୍ରପତି ତାଙ୍କର ବାକି କାର୍ଯ୍ୟକଳାପ ପାଇଁ ସୁପ୍ରିମକୋର୍ଟର ଆଇନଜୀବୀ ଜେଠମାଲାନୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ସେ ଜଣେ ଖ୍ୟାତନାମା ଓକିଲ ତାଙ୍କୁ ରାଜ୍ୟସଭା ଯିବାକୁ ଆମେ ବିରୋଧ କରୁନୁ କିନ୍ତୁ ରଘୁନାଥ ମହାପାତ୍ରଙ୍କ ସ୍ଥାନରେ ସେ ମନୋନୀତ ହେବା ସବୁ ଓଡିଆଙ୍କୁ ଆଶ୍ଚଯ୍ୟାନ୍ବିତ କରିଛି । ରାଜ୍ୟରେ ଶିଳ୍ପ, ସାହିତ୍ୟ କଳା, ନୃତ୍ୟ ସଂଗୀତ ଶିଳ୍ପ କଳା ଓ ରାଜନୀତି କ୍ଷେତ୍ରରେ ପ୍ରତିଭାର ଅଭାବ ନାହିଁ । ହେଲେ ତାହା ନକରି ଭାରତୀୟ ଜନତା ପାର୍ଟି ନିଜ ସ୍ୱାର୍ଥ୍ୟ ପାଇଁ ମହେଶ ଜେଠମାଲାନୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛି । ଯାହା ରାଷ୍ଟ୍ରପତିଙ୍କ ଗରିମାକୁ ମଧ୍ୟ କ୍ଷୁର୍ଣ୍ଣ କରିବା ସହ ସାଢ଼େ ଚାରି କୋଟି ଓଡିଆଙ୍କ ସ୍ୱାଭିମାନ ପାଇଁ ଏକ ଆହ୍ବାନ ବୋଲି ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି ।

ଏନେଇ ପାର୍ଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି । ଏଥିସହ ସ୍ଵର୍ଗତ ରଘୁନାଥ ମହାପାତ୍ରଙ୍କ ଅବର୍ତ୍ତମାନରେ ତାଙ୍କ ସ୍ଥାନରେ ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ମନୋନୟନ ପାଇଁ ଦାବି ସମାଜବାଦୀ ପାର୍ଟି ଓଡିଶା ଶାଖା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jun 3, 2021, 5:13 PM IST

ABOUT THE AUTHOR

...view details