ଓଡିଶା

odisha

By

Published : Mar 27, 2021, 8:38 PM IST

ETV Bharat / city

ପୁଣି ବିଦ୍ୟୁତ ଶୁଳ୍କ ବୃଦ୍ଧି, ସମାଜବାଦୀ ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

ଓଇଆରସିର ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ପୁଣି ବିଦ୍ୟୁତ ଶୁଳ୍କ ବୃଦ୍ଧି: ସମାଜବାଦୀ ପାର୍ଟିର ବିକ୍ଷୋଭ ପ୍ରଦର୍ଶନ
ପୁଣି ବିଦ୍ୟୁତ ଶୁଳ୍କ ବୃଦ୍ଧି: ସମାଜବାଦୀ ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରାଜଧାନୀସ୍ଥିତ ଲୋୟର ପିଏମଜି ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ । ବିଦ୍ୟୁତ ଦର ବୃଦ୍ଧିକୁ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୂଚନା ଅନୁଯାୟୀ ଓଇଆରସି ୟୁନିଟ ପିଛା ୩୦ ପଇସା ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛି । ଏହା ପୂର୍ବରୁ ୬ମାସ ତଳେ 20 ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ପୁଣି ଶୁଳ୍କ ବୃଦ୍ଧିକୁ ତୀବ୍ର ବିରୋଧ କରାଯାଉଛି । ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋରୋନା ମହାମାରୀ ସମୟରେ ଉପଭୋକ୍ତାଙ୍କ ଉପରେ ରାଜ୍ୟ ସରକାର ବୋଝ ଲଦି ଥିବାବେଳେ ଏହା ରାଜ୍ୟ ସରକାରଙ୍କ ପକ୍ଷରୁ ଉପଭୋକ୍ତାଙ୍କ ପାଇଁ ହୋଲି ଉପହାର ବୋଲି ପାର୍ଟି ପକ୍ଷରୁ କଟାକ୍ଷ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details