ଓଡିଶା

odisha

'ଫନି' କ୍ଷତି ପାଇଁ ସମବାୟ ବ୍ୟାଙ୍କ ଦେଲା 5 କୋଟି

By

Published : Nov 20, 2019, 8:49 PM IST

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନରେ ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କୁ ଖାଦ୍ୟ ଯୋଗାଣ ଖାଉଟି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

'ଫନି' ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏହି ଅର୍ଥରାଶି ରାଜ୍ୟରେ 'ଫନି' ବାତ୍ୟା ବିପର୍ଯ୍ୟୟ କ୍ଷତି ଭରଣା କରାଯିବ । ଏହି ଅବସରରେ ରାଜ୍ୟ ସମବାୟ ବ୍ୟାଙ୍କ ଶାଖାର ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି ।

କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର , ସମବାୟ ସଚିବ ଭି.ଭି ଯାଦବ, ଓଡିଶା ସମବାୟ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ସୋଆରେ ହେବାକୁ ଥିବା 54ତମ ଅର୍ଥୋଡେଣ୍ଟିକ ସମ୍ମିଳନୀର ଲୋଗୋକୁ ରାଜ୍ୟ ଲୋକସେବା ଭବନରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । 22 ତାରିଖ ସନ୍ଧ୍ୟାରେ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details