ଓଡିଶା

odisha

ETV Bharat / city

ସାଲିଆସାହି ଉଚ୍ଛେଦକୁ ବିରୋଧ, କୋଲକାତା ବସ୍ତି ନେତାଙ୍କ ମିଳିଲା ସମର୍ଥନ - ଭୁବନେଶ୍ବର ଖବର

ସାଲିଆସାହି ଉଚ୍ଛେଦ ଅଭିଯାନ ପ୍ରତିବାଦକୁ ସମର୍ଥନ ଜଣାଇଲେ କୋଲକାତା ବସ୍ତି ଆନ୍ଦୋଳନର ନେତା ତଥା ଏଆଇକେକେଏସ(AIKKS)ର ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ ପ୍ରଦୀପ ସିଂ ଠାକୁର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 12, 2019, 10:15 PM IST

ଭୁବନେଶ୍ବର: ସାଲିଆସାହି ଉଚ୍ଛେଦ ଅଭିଯାନ ପ୍ରତିବାଦକୁ ସମର୍ଥନ ଜଣାଇଲେ କୋଲକାତା ବସ୍ତି ଆନ୍ଦୋଳନର ନେତା ତଥା ଏଆଇକେକେଏସ(AIKKS)ର ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ ପ୍ରଦୀପ ସିଂ ଠାକୁର । ମଙ୍ଗଳବାର ଅପରାହ୍ନରେ 4ଟାରେ ସାଲିଆସାହି ଆଞ୍ଚଳିକ କମିଟିର ନେତା ଜୟଦେବ ନାୟକଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀପୁର ସାନ୍ତାଳବସ୍ତି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆୟୋଜିତ ସଭାକୁ କମ୍ରେଡ ପ୍ରଦୀପ ସିଂ ଠାକୁର ପହଞ୍ଚି ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଏଥିସହିତ ନିଜ ବକ୍ତବ୍ୟ ରଖି ଆଦିବାସୀ ଭାରତ ମହାସଭାର ରାଜ୍ୟ ସଂଯୋଜକ ଟୁନା ମଲ୍ଲିକ ଏବଂ କୋରାପୁଟର ସଂଗ୍ରାମୀ ନେତା ଆଡଭୋକେଟ ବିବେକ ରଞ୍ଜନ ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲେ। ସଭାରେ ଆଞ୍ଚଳିକ କମିଟିର ନେତା ଅନାଦି ପାତ୍ର, ବିନ ସ୍ବାଇଁ, ଅଞ୍ଜନ ନାଥ, ମନୋହର ମୁର୍ମୁ, ମାଳତୀ ହେମ୍ବ୍ରମ, ସତ୍ୟପ୍ରିୟ ଲେଙ୍କା ଆଦି ମଧ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details