ଭୁବନେଶ୍ବର: ମାର୍ଚ୍ଚ 8ରେ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଦିବସକୁ ଦୃଷ୍ଟିରେ ରଖି ଜାତୀୟ ମହିଳା ଆୟୋଗର ସହାୟତାରେ ଓଡିଶା ରାଜ୍ୟ ଆୟୋଗ ଏକ ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କ ଦ୍ବାରା ଏକ ଶକ୍ତି ପଦଯାତ୍ରା ଅୟୋଜନ କରାଯାଇଛି। ଏହି କ୍ରମରେ ରବିବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଶକ୍ତି ପଦଯାତ୍ରା ଆରମ୍ଭ ହୋଇଛି।
ଆନ୍ତର୍ଜାତୀୟ ମହିଳା ଦିବସ: ଆରମ୍ଭ ହେଲା ଶକ୍ତି ପଦଯାତ୍ରା - sakti march in bhubaneswar
ମାର୍ଚ୍ଚ 8ରେ ଆନ୍ତର୍ଜାତୀୟ ମହିଳା ଦିବସ । ଏହି କ୍ରମରେ ରବିବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଶକ୍ତି ପଦଯାତ୍ରା ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ଆରମ୍ଭ ହେଲା ଶକ୍ତି ପଦଯାତ୍ରା
ଆରମ୍ଭ ହେଲା ଶକ୍ତି ପଦଯାତ୍ରା
ଏହି ପଦଯାତ୍ରାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ବହୁ ନାରୀ ନେତ୍ରୀ ଉପସ୍ଥିତ ଥିଲେ । ତେବେ ଏହି ଶୋଭାଯାତ୍ରାଟି ବିଜୁ ପଟ୍ଟନାୟକ ପାର୍କ ନିକଟରୁ ବାହାରି ଶିଶୁଭାବନ ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ପହଞ୍ଚିଥିଲା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ