ଭୁବନେଶ୍ବର:ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କଲେ ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ । ଏହି ଅବସରରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଓଡିଶାର ଅନୁକୂଳ ବାତାବରଣ ସମ୍ପର୍କରେ ଆଲୋଚନା କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ - ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କଲେ ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ । ଇସ୍ପାତ ସମ୍ବନ୍ଧିତ କାର୍ଯ୍ୟକଳାପ ଉପରେ କଲେ ଆଲୋଚନା । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ
ସମୃଦ୍ଧ ଖଣିଜ ସମ୍ପଦକୁ ଉପଯୋଗ କରି ଓଡିଶାକୁ ଦକ୍ଷିଣ ଏସିଆର ଇସ୍ପାତ ଉତ୍ପାଦନର ପେଣ୍ଠସ୍ଥଳୀ ଭାବେ ରୂପାନ୍ତରିତ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲା ଏବଂ ସୁନ୍ଦରଗଡରେ ସେଲ ସହଯୋଗରେ ଇସ୍ପାତ ଉତ୍ପାଦନ କାର୍ଯ୍ୟକଳାପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଏହାସହ ଓଡିଶାରେ ସେଲକୁ ସମସ୍ତ ଆବଶ୍ୟକୀୟ ସମର୍ଥନ ମିଳିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ