ଓଡିଶା

odisha

ETV Bharat / city

ସ୍କୁଲ ଛାତ୍ର ଗଣ୍ଡଗୋଳ ପରେ ହଣାକଟା, ୬ ଗିରଫ ପରେ ଏନଏସଏ ଚେତାବନୀ - ସ୍କୁଲ ଛାତ୍ର ଗଣ୍ଡଗୋଳ ନେଇ ହଣାହଣି

ଷ୍ଟାଇଲ ମାରି ଗାଡି କଟାକଟି ପରେ ଶତୃତା ଆରମ୍ଭ, ପରେ ସୁଯୋଗ ଦେଖି ଏକୁଟିଆ ସ୍ଥାନରେ ମାରପିଟ ଓ ହଣାହଣି। ୟୁନିଟ ୯ ଛାତ୍ରକୁ ହାଣିବା ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେଥିରେ ଜଣେ ନାବାଳକ ରହିଛି। ଏମାନଙ୍କୁ ଏନଏସଏର ଚେତାବନି ଦେଇଛି ପୋଲିସ। ଅଧିକ ଖବର ପଢନ୍ତୁ...

attack accused arrest_
ସ୍କୁଲ ଛାତ୍ର ଗଣ୍ଡଗୋଳ ନେଇ ହଣାହଣି, ୬ଗିରଫ ପରେ ଏନଏସଏ ଚେତାବନି

By

Published : Feb 17, 2020, 9:00 PM IST

ଭୁବନେଶ୍ବର: ରାଜଧାନୀର ଦୁଇ ପ୍ରମୁଖ ସ୍କୁଲର ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ। ଗାଡି ଏକ୍ସିଲେଟରରୁ ଗଣ୍ଡଗୋଳ ଉଗ୍ରରୁପ ନେବା ସହ ହଣାହଣି ପର୍ଯ୍ୟନ୍ତ କଥା ଯାଇଥିଲା। ପରସ୍ପରକୁ ଷ୍ଟାଇଲ ମାରି ଗାଡି କଟାକଟି ପରେ ଶତୃତା ଆରମ୍ଭ ହୋଇଥିଲା, ପରେ ସୁଯୋଗ ଦେଖି ଏକୁଟିଆ ସ୍ଥାନରେ ମାରପିଟ ଓ ହଣାହଣି।

ୟୁନିଟ ୯ ଛାତ୍ରକୁ ହାଣିବା ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଶୁଭମ ଦାସ, ସୌମ୍ୟ ରଞ୍ଜନ ମହାରଣା, ବିବେକାନନ୍ଦ ଦତ, ଏ କେ ଫରହାନ କବିର, ଆକାଶ ମହାପାତ୍ର। ତେବେ ଗତ ସରସ୍ବତୀ ପୂଜାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳର ଅଡୁଆ ଖିଅ।

ସୂଚନା ଅନୁସାରେ, ଜଣେ ବୋଲେରୋ ଆଣି ହିରୋ ଷ୍ଟାଇଲରେ ଏକ୍ସିଲେଟର ଦବାଇ ଘଁ ଘଁ କରୁଥିବା ବେଳେ ଆଉ ଜଣେ ଏହାକୁ ବିରୋଧ କରିଥିଲା। ପରେ ଆଉ ଜଣେ ତା ବାପାଙ୍କ ନା ଧରି ଔକାତ ଦେଖାଇ କମେଣ୍ଟ କରିଥିଲା। ସେହିଠାରୁ ଦୁଇ ସ୍କୁଲର ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।

ତେବେ ଗତ ୧୫ ତାରିଖରେ ସନ୍ଧ୍ୟା ସମୟରେ ପି ଆକାଶ ଦୋରାକୁ ୫ ଥର ଭୁଜାଲି ଚୋଟ ପକାଇ ଲହୁ ଲୁହାଣ କରିଥିଲେ। ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ସେଥିରେ ଜଣେ ନାବାଳକ ରହିଛି। ଏମାନଙ୍କୁ ଏନଏସଏର ଚେତାବନି ଦେଇଛି ପୋଲିସ। ପୁଣି ଥରେ ଏପରି କିଛି ଗଣ୍ଡଗୋଳରେ ସାମିଲ ହେଲେ ଏନଏସଏରେ ବୁକ ହୋଇ ବର୍ଷେ ପାଇଁ ଜେଲ ପଠାଇବ ବୋଲି ଚେତାବନୀ ଦେଇଛି କମିସନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details