ଓଡିଶା

odisha

ଦଳୀୟ ସଙ୍ଗଠନକୁ ବଳ ଦେବାକୁ ଆସୁଛନ୍ତି ଶାହ: ଅରୁଣ ସିଂହ

ଓଡିଶାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ । ଦଳୀୟ ସାଙ୍ଗଠନିକକୁ ମଜବୁତ କରିବାକୁ ଶାହଙ୍କ ବିଶାଳ ରାଲି ହେଉଥିବା ଅରୁଣଙ୍କ ସୂଚନା । ଅଧିକ ପଢନ୍ତୁ...

By

Published : Feb 27, 2020, 8:52 PM IST

Published : Feb 27, 2020, 8:52 PM IST

ନୂତନ ସଙ୍ଗଠନକୁ ବଳ ଦେବାକୁ ଆସୁଛନ୍ତି ଶାହ: ଅରୁଣ ସିଂ
ନୂତନ ସଙ୍ଗଠନକୁ ବଳ ଦେବାକୁ ଆସୁଛନ୍ତି ଶାହ: ଅରୁଣ ସିଂ

ଭୁବନେଶ୍ବର: ରାଜଧାନୀରେ ପହଞ୍ଚିଛନ୍ତି ଓଡିଶା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହଙ୍କ ଓଡିଶା ଗସ୍ତ ଓ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ଅରୁଣ । ଓଡିଶା ଗସ୍ତ ସମୟରେ ଶାହ ଏକ ବିଶାଳ ଜନ ସମାବେଶରେ ଯୋଗ ଦେବେ । ତେବେ ଶାହଙ୍କ ଏହି ରାଲି ସିଏଏକୁ ନେଇ ନୁହେଁ ବରଂ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ବୋଲି ସେ କହିଛନ୍ତି ।

ନୂତନ ସଙ୍ଗଠନକୁ ବଳ ଦେବାକୁ ଆସୁଛନ୍ତି ଶାହ: ଅରୁଣ ସିଂ

ଓଡିଶା ବିଜେପିକୁ ନିଜର ନୂଆ ସଭାପତି ମିଳିଥିବା ବେଳେ ଦଳକୁ ବୁଥ ସ୍ଥରରୁ କିପରି ସୁଦୃଢ କରିହେବ ସେ ନେଇ ଶାହ ଓଡିଶାରେ ଆୟୋଜିତ ଏହି ବିଶାଳ ରାଲିକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ପ୍ରଭାରୀ ଅରୁଣ କହିଛନ୍ତି । ଅନ୍ୟପକ୍ଷେ ଅରୁଣ ଦିଲ୍ଲୀ ହିଂସାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏହାସହ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଚୟନ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details