ଓଡିଶା

odisha

ETV Bharat / city

ରାଜଧାନୀରୁ 15 ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ, ୩ ଅଟକ - ଶାଗୁଆନ କାଠ ଜବତ

କଟକରୁ ଭୁବନେଶ୍ବର ଚୋରା ଚାଲାଣ ବେଳେ ଶାଗୁଆନ କାଠ ଜବତ କଲା ମଞ୍ଚେଶ୍ବର ଥାନା ପୋଲିସ। ଏହି ଘଟଣାରେ ଡ୍ରାଇଭର ଓ ହେଲପର ଅଟକ ଥିବାବେଳେ ଶାଗୁଆନ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ଜବତ କାଠର ଆନୁମାନିକ ମୂଲ୍ୟ ୧୫ଲକ୍ଷ ହେବ ବୋଲି ଅନୁମାନ କରାଯାଉଥିବା ମଞ୍ଚେଶ୍ବର ଥାନାଧିକାରୀ କହିଛନ୍ତି। ଅଧିକ ପଢନ୍ତୁ...

ରାଜଧାନୀରୁ 15 ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ
ରାଜଧାନୀରୁ 15 ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

By

Published : Jul 4, 2021, 2:10 PM IST

Updated : Jul 4, 2021, 2:17 PM IST

ଭୁବନେଶ୍ବର: ଶାଗୁଆନ କାଠ ଜବତ। କଟକରୁ ଭୁବନେଶ୍ବର ଚୋରା ଚାଲାଣ ବେଳେ ଶାଗୁଆନ କାଠ ଜବତ କଲା ମଞ୍ଚେଶ୍ବର ଥାନା ପୋଲିସ। ଏହି ଘଟଣାରେ ଡ୍ରାଇଭର ଓ ହେଲପର ଅଟକ ଥିବାବେଳଶେ ଶାଗୁଆନ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ଏହି କାଠଗୁଡିକ କଟକରୁ ଭୁବନେଶ୍ବର ଚୋରା ଚାଲାଣ ହେଉଥିଲା । ଶାଗୁଆନ କାଠ ଗୁଡିକ ଚିରାଯାଇ ପଟା ହୋଇଥିବା ବେଳେ ଚାଲାଣ ହେଉଥିଲା। ଯାହାର କୌଣସି ପ୍ରମାଣ ପତ୍ର ନ ଦେଖାଇପାରିବାରୁ ମଞ୍ଚେଶ୍ବର ଅଞ୍ଚଳରୁ କାଠଗୁଡିକୁ ଜବତ କରିଛି କମିଶନରେଟ ପୋଲିସ।

ରାଜଧାନୀରୁ 15 ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ପରେ ବନବିଭାଗକୁ ଡକାଇ ତଦନ୍ତ କରିଛି କମିଶନରେଟ ପୋଲିସ। ଜବତ କାଠର ବଜାର ମୂଲ୍ୟ ୧୫ଲକ୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ବନବିଭାଗ ଦାମ ହିସାବରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାଠ ହେବ ବୋଲି ମଞ୍ଚେଶ୍ବର ଥାନାଧିକାରୀ କହିଛନ୍ତି। ନିୟମ ମୁତାବକ ଯଦି କାଠ ଚୋରା ନୁହେଁ ତାହାଲେ କାଠ ଆସିଥିବା ଜଙ୍ଗଲରୁ ବନ ବିଭାଗର ଅନୁମତି ଓ କାଠ କଟାଯାଇଥିବା ମିଲରେ ମଧ୍ୟ ଅନୁମତି ରହିଥିବ । ତେବେ ସେଭଳି କୌଣସି ଅନୁମତି ପତ୍ର ନଦେଖାଇ କିପରି ସଟଡାଉନ ବେଳେ ପାଲ ଢାଙ୍କି ଚାଲାଣ ହେଉଥିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଅନ୍ୟପଟେ ଚୋରା ଚାଲାଣକାରୀ ବନ ବିଭାଗର ଆଢୁଆଳରେ ଅନେକ ମୂଲ୍ୟବାନ କାଠ ତସ୍କରି କରୁଛନ୍ତି। ଏପରିକି କାଠ ଚିରିବା ପାଇଁ ବେଆଇନ ଭାବେ କାଠ ମିଲ କରି କାଠ ଚିରୁଛନ୍ତି। ବିଶେଷ କରି ରାଜଧାନୀ ଉପକଣ୍ଠରେ ଏଭଳି କାରବାର ଚାଲୁଛି। ଅନେକ ସମୟରେ ଭିଜିଲାନ୍ସ ମଧ୍ୟ ଅନେକ କାଠ ମିଲ ଉପରେ ଚଢ଼ାଉ କରିଥାଏ। ହେଲେ କାଠ ମାଫିଆ ଏପରି ବନ ବିଭାଗର ଆଖି ଆଢୁଆଳରେ ଏପରି କାରବାର କରୁଛନ୍ତି। ଯାହାକୁ ନେଇ କାଠ ବ୍ୟବସାୟୀ ଏପରି ଚୋରା କାରବାର କରି ମାଲାମାଲ ହେଉଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 4, 2021, 2:17 PM IST

ABOUT THE AUTHOR

...view details