ଓଡିଶା

odisha

ETV Bharat / city

ଲଗାଣ ବର୍ଷା ପ୍ରଭାବ, ନନ୍ଦନକାନନରେ ସଫାରି ଓ ବୋଟିଂ ବନ୍ଦ - ନନ୍ଦନକାନନ

ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆଜି ନନ୍ଦନକାନନ ବନ୍ଦ । 4ଟି ସଫାରୀ ସମେତ ବୋଟିଂକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଲଗାଣ ବର୍ଷା ଯୋଗୁଁ ନନ୍ଦନକାନନର ସଫାରି ସମେତ ବୋଟିଂ ବନ୍ଦ
ଲଗାଣ ବର୍ଷା ଯୋଗୁଁ ନନ୍ଦନକାନନର ସଫାରି ସମେତ ବୋଟିଂ ବନ୍ଦ

By

Published : Sep 14, 2021, 11:59 AM IST

ଭୁବନେଶ୍ବର:ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ନନ୍ଦନକାନନ । ନନ୍ଦନକାନନର 4ଟି ସଫାରୀ ସମେତ ବୋଟିଂକୁ ବନ୍ଦ କରାଯାଇଛି । ତେବେ ରାଜଧାନୀରେ ଗତ ୨ଦିନ ପ୍ରବଳ ବର୍ଷା ହେବା କାରଣରୁ ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ ଆଜି ବନ୍ଦ କରାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ଏଥି ସହ କୁଇକ୍ ରେସପନ୍ସ ଦଳ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସକ୍ରିୟ ଅଛନ୍ତି ଏବଂ ସମସ୍ତ ଜୀବଜନ୍ତୁ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details