ଓଡିଶା

odisha

By

Published : Oct 31, 2019, 10:49 PM IST

Updated : Oct 31, 2019, 11:19 PM IST

ETV Bharat / city

ରାଜଧାନୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିଲେ ଛାତ୍ରଛାତ୍ରୀ

ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୪ ତମ ଜନ୍ମ ଜୟନ୍ତୀରେ ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଏଥିପାଇଁ ମଞ୍ଚେଶ୍ୱର ଦୁର୍ଗା ମଣ୍ଡପ ନିକଟରୁ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦତାତା ଭୁବନେଶ୍ବର

ଭୁବନେଶ୍ବର: ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୪୪ ତମ ଜନ୍ମ ଜୟନ୍ତୀରେ ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଏଥିପାଇଁ ମଞ୍ଚେଶ୍ୱର ଥିବା ଚକେଇସିଆଣି ଦୁର୍ଗା ମଣ୍ଡପ ନିକଟରୁ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦତାତା ଭୁବନେଶ୍ବର

ଶତାଧିକ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହିତ ରାଷ୍ଟ୍ରୀୟ ଏକତା ନେଇ ସମସ୍ତଙ୍କୁ ସଂକଳ୍ପ ନେବାକୁ ସାଂସଦ ଅପରାଜିତା ଆହ୍ବାନ ଦେଇଥିଲେ । ଆଜିର ଯୁବ ପିଢ଼ିଙ୍କ ମଧ୍ୟରେ ଏକତା ଭାବ ରହିବା ଆବଶ୍ୟକ ରହିଛି । ଆଗାମୀ ଭବିଷ୍ୟତରେ ଉତ୍ତମ ରାଷ୍ଠ୍ର ଗଠନ ଦିଗେର ଏହା ସହାୟକ ହେବ ବୋଲି ଅପରାଜିତା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 31, 2019, 11:19 PM IST

ABOUT THE AUTHOR

...view details