ଓଡିଶା

odisha

ETV Bharat / city

ଶହୀଦଙ୍କ ସ୍ମୃତିରେ ‘ରନ ଫର ପୁଲୱାମା’ ଆୟୋଜିତ - Pulwama heroes

ପୁଲୱାମା ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ "ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍" ପକ୍ଷରୁ ଦ୍ୱିତୀୟ ମିନି ମାରାଥନ ‘ରନ ଫର ପୁଲୱାମା’ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଅଧିକ ପଢନ୍ତୁ...

ପୁଲୱାମା ସହୀଦଙ୍କ ସ୍ମୃତିରେ"ରନ ଫର ପୁଲୱାମା" ଆୟୋଜିତ
ପୁଲୱାମା ସହୀଦଙ୍କ ସ୍ମୃତିରେ"ରନ ଫର ପୁଲୱାମା" ଆୟୋଜିତ

By

Published : Feb 14, 2021, 11:43 AM IST

ଭୁବନେଶ୍ବର: ଆଜି ପୁଲୱାମା ଆକ୍ରମଣକୁ ପୂରିଲା 2 ବର୍ଷ । ଭାରତ ମାଟିର ବୀର ସହୀଦ ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍’ ପକ୍ଷରୁ ଦ୍ବିତୀୟ ମିନି ମାରାଥନ ‘ରନ ଫର ପୁଲୱାମା’ କାର୍ଯ୍ୟକ୍ରମ ଆୟୋଜନ ହୋଯାଇଛି । ଏହାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି।

ପୁଲୱାମା ସହୀଦଙ୍କ ସ୍ମୃତିରେ"ରନ ଫର ପୁଲୱାମା" ଆୟୋଜିତ

ଶହୀଦ ଅମର ଯବାନଙ୍କ ସ୍ମୃତିରେ ଆୟୋଜିତ ଏହି ଗଣ ଦୌଡ଼ରେ ଛାତ୍ରଛାତ୍ରୀଙ୍କ ଯୁବକ ସମେତ ସାମ୍ବାଦିକ, ରାଜନେତା, କ୍ରୀଡାବିତ୍, ସିନେ ତାରକା ମାନେ ଯୋଗଦେଛନ୍ତି। ସବୁଠାରୁ ଆକଷର୍ଣୀୟ ଥିଲା ଛାତ୍ରଛାତ୍ରୀଙ୍କ ଦ୍ବାରା ପଦର୍ଶିତ ତ୍ରିରଙ୍ଗା ଯାତ୍ରା। ଯାହା ଦେଶ ମାତୃତ୍ବର ଏକତାକୁ ପ୍ରତିପାଦିତ କରୁଥିଲା।

ଏହାସହ ସେମାନେ ୟୁରୋପିଆନ ସଂସ୍କୃତି ଭାଲେଣ୍ଟାଇନ ଦିବସକୁ ଅନୁସରଣ ନକରି ସେଦିନ ଦେଶ ପ୍ରେମରେ ନିଜକୁ ଉଦବୁଦ୍ଧ କରିବା ସହିତ ସହିଦ ବୀର ଯବାନ ମାନଙ୍କ ସମ୍ମାନର୍ଥେ ଦେଶ ପ୍ରୀତିକୁ ଉଜ୍ଜୀବିତ କରିବା ପାଇଁ ଆହ୍ବାନ ଦିଆଯାଇଛି । ଏହି ଗଣଦୌଡ ଉତ୍କଳ ବିଶଵବିଦ୍ୟାଳୟରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଯାଏ ଅନୁଷ୍ଠିତ ହେବ । ଯେଉଁଠାରେ ଅମର ସହିଦ ଯବାନଙ୍କ ଉଦେଶ୍ୟରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details