ଓଡିଶା

odisha

ETV Bharat / city

All Party Meeting; ଚର୍ଚ୍ଚାରେ ରହିବା ପାଇଁ ବୈଠକ ବର୍ଜନ କରିଛି BJP କହିଲେ ପ୍ରମିଳା - ବିଜେପି ସର୍ବଦଳୀୟ ବୈଠକ ବର୍ଜନ

ବିଜେପିର ସର୍ବଦଳୀୟ ବୈଠକ ବର୍ଜନକୁ (bjp boycott all party meeting) ନେଇ ପ୍ରତିକ୍ରିୟା ରଖିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ (Ruling party chief whip pramila mallick) । ଚର୍ଚ୍ଚାରେ ରହିବା ପାଇଁ ବିଜେପି ସର୍ବଦଳୀୟ ବୈଠକ ବର୍ଜନ କରିଛି ବୋଲି ପ୍ରମିଳା କହିଛନ୍ତି । ଅଧିକ ପଢନ୍ତୁ

All Party Meeting
All Party Meeting; ଚର୍ଚ୍ଚାରେ ରହିବା ପାଇଁ ସର୍ବଦଳୀୟ ବୈଠକ ବର୍ଜନ କରିଛି ବିଜେପି

By

Published : Nov 29, 2021, 5:15 PM IST

ଭୁବନେଶ୍ବର:ବିଧାସନଭାର ସର୍ବଦଳୀୟ ବୈଠକ ବର୍ଜନ (bjp boycott all party meeting) କରିଛି ବିଜେପି । ଏହାକୁ ନେଇ ବିଜେଡି ନେତ୍ରୀ ତଥା ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ (Ruling party chief whip pramila mallick) ବିଜେପିକୁ ଟାର୍ଗେଟ କରିଛନ୍ତ ।ବିଜେପିର ସର୍ବଦଳୀୟ ବୈଠକ ବର୍ଜନକୁ ନେଇ ପ୍ରତିକ୍ରିୟା ରଖିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଚର୍ଚ୍ଚାରେ ରହିବା ପାଇଁ ବିଜେପି ସର୍ବଦଳୀୟ ବୈଠକ ବର୍ଜନ କରିଛି ବୋଲି କହିଛନ୍ତି ।

All Party Meeting; ଚର୍ଚ୍ଚାରେ ରହିବା ପାଇଁ ସର୍ବଦଳୀୟ ବୈଠକ ବର୍ଜନ କରିଛି ବିଜେପି

ବିଧାନସଭାର ଶୀତକାଳିନ ଅଧିବେଶନର (Assembly Winter Session) ସର୍ବଦଳୀୟ ବୈଠକ ବସିଛି । ଏହି ବୈଠକକୁ ବର୍ଜନ କରିଛି ମୁଖ୍ୟ ବିରୋଧୀଦଳ ବିଜେପି । ସର୍ବଦଳୀୟ ବୈଠକକୁ ବିଜେପିର ବୟକଟ ପ୍ରସଙ୍ଗ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ନିୟମ ଅନୁଯାୟୀ ସର୍ବଦଳୀୟ ବୈଠକ ବସିଛି । ବିଜେପିର ଲେଜିସଲେଟିଭ ପାର୍ଟି ଯାହା ନାଁ ଲେଖି କି ଦେବ ତାକୁ ବିଚାର କରାଯିବ । ରାଜ୍ୟ ସଭାପତି ଲେଖିଲେ କଣ ହେବ ବୋଲି କହିଛନ୍ତି । ବିଜେପି କେବଳ ଚର୍ଚ୍ଚାରେ ରହିବା ପାଇଁ ସର୍ବଦଳୀୟ ବୈଠକ ବର୍ଜନ କରିଛି ବୋଲି କହିଛନ୍ତି ।

ସୂଚନାଥାଉକି ଦୀର୍ଘ ଦିନ ହେଲା ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ରହିଛନ୍ତି । ସେ ବିଧାନସଭାର କାର୍ଯ୍ୟକ୍ରମରେ ଭାଗ ନେଇପାରୁନାହାଁନ୍ତି । ଫଳରେ ବିରୋଧୀଦଳ ନେତାଙ୍କ ଅନୁପସ୍ଥତିରେ ବାଚସ୍ପତି ବିରୋଧୀଦଳର ଅନ୍ୟ ନେତାଙ୍କୁ କାର୍ଯ୍ୟଭାର ଦିଆଯାଉ ବୋଲି ଦାବି କରିଥିଲା ବିଜେପି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details