ଭୁବନେଶ୍ବର: ବୁଧବାରଠୁଆରମ୍ଭ ହେବ ଶୀତକାଳୀନ ବିଧାନସଭା ଅଧିବେଶନ ( assembly winter session) । ଏହି ଅଧିବେଶନରେ କେନ୍ଦ୍ରୀୟ ଅବହେଳାକୁ ଅସ୍ତ୍ର କରିବ ବିଜେଡି । ଏହାପୂର୍ବରୁ ମଙ୍ଗଳବାର ବିଜେଡି ବିଧାୟକ ଦଳର ବୈଠକ ଆୟୋଜିତ ହୋଇଛି (BJD legislative party meeting ) ।
ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ ( supplementary budget to be tabled in odisha assembly) । ସେପଟେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଶାସକ ଦଳ ବିଧାୟକ ମଧ୍ୟ ସମସ୍ତ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜାବାବ ଦେବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି ।