ଭୁବନେଶ୍ବର: ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଜିଦରେ ଅଟଳ ଶାସକ ଦଳ । ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇବା ସହ ଗୃହ ମୁଲତବୀ ପରେ ରାଜଭବନ ଅଭିମୁଖେ ଯାଇଛନ୍ତି ବିଜେଡି ବିଧାୟକ । ରାଜ୍ୟପାଳଙ୍କ ଘଟଣା ସମ୍ପର୍କରେ ଅବଗତ କରିବେ ବୋଲି ସୂଚନା ମିଳିଛି ।
ବିଧାନସଭାରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗରେ କ୍ଷମା ମାଗିବାକୁ ବିଜେଡି ଦାବି କରିଛି । ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ନେଇ 4 ଦିନ ହେବ ବିଧାନସଭାରେ ଶାସକ ଦଳ ପକ୍ଷରୁ ଦାବି କରାଯାଉଛି ।