ଭୁବନେଶ୍ବର: ଆଜି ପବିତ୍ର ନେତ୍ର ଉତ୍ସବ । ୨ ବର୍ଷର କୋରୋନା କଟକଣା ପରେ ପୁଣି ନିଲାମ ହେବ ମରିଚି କୁଣ୍ଡ ପାଣି । ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡରେ ଏବର୍ଷ ନିଲାମ ପ୍ରକ୍ରିୟା ପରିଚାଳନା କରିବ ବଡୁ ନିଯୋଗ । ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ପୂର୍ବ ଦିନ ବା ନେତ୍ର ଉତ୍ସବ ଦିନ ଏହି ପାଣି ନିଲାମ କରାଯିବାକୁ ଥିବାବେଳେ ୧୨ ଟାରେ ପୂଜାବିଧି ଆରମ୍ଭ ହେବ ।
ସନ୍ଧ୍ୟାରେ ରଥ ପ୍ରତିଷ୍ଠା ପାଇଁ ପାଣି ଆସିବା ପରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଆଉ ଏଥିପାଇଁ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଲୋକୀକରଣ ସହ ମହିଳାଙ୍କ ଗାଧୋଇବା ପାଇଁ ଅସ୍ତାୟୀ ଶୌଚାଳୟର ବ୍ୟବସ୍ଥା ହୋଇଛି । ବିଶ୍ବାସ ରହିଛି ଏହି ପାଣିରେ ଗାଧୋଇଲେ ନିଃସନ୍ତାନ ସନ୍ତାନପ୍ରାପ୍ତି ହୁଏ । ତେଣୁ ନିଃସନ୍ତାନ ବା ଯେଉଁମାନେ ମାଆ ହେବାର ସୌଭାଗ୍ଯରୁ ବଞ୍ଚିତ ହୋଇଥାନ୍ତି ସେମାନେ ଏହି ପାଣିକୁ ଚାତକ ପରି ଚାହିଁରହିଥାନ୍ତି ।