ଭୁବନେଶ୍ୱର: ବାଟରେ ଅଟକିଲା ରୁକୁଣା ରଥ । ତିନିଦିନରେ ମାଉସୀ ମାଙ୍କ ଘରେ ପହଞ୍ଚିଲେ ଲିଙ୍ଗରାଜ ମହାଦେବ । ପବିତ୍ର ଅଶୋକାଷ୍ଟମୀ ତିଥିରେ 5 ଦିନିଆ ଯାତ୍ରାରେ ବାହାରିଥିବା ମହାପ୍ରଭୁ ଏଥର ତୃତୀୟ ଦିନରେ ମାଉସୀ ମାଆଙ୍କ ଘରେ ପହଞ୍ଚି ଥିଲେ। ସେଠାରେ ଦେଢ଼ ଦିନ ରହି ଆଜି ନିଜ ବେଢାକୁ ଫେରିଛନ୍ତି ମହାଦେବ ।
ମାଉସୀ ଘରୁ ଫେରିଲେ ଲିଙ୍ଗରାଜ, ଅଧାରେ ଅଟକିଲା ରଥ - bbsr
ପବିତ୍ର ଅଶୋକାଷ୍ଟମୀ ତିଥିରେ 5 ଦିନିଆ ଯାତ୍ରାରେ ବାହାରିଥିବା ମହାପ୍ରଭୁ ଏଥର ତୃତୀୟ ଦିନରେ ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଦେଢ଼ ଦିନର ରହଣି ପରେ ଆଜି ନିଜ ବେଢାକୁ ଫେରିଛନ୍ତି ମହାଦେବ ।
ଅପରାହ୍ନରୁ ସେବାୟତଙ୍କ ଦ୍ଵାରା ନୀତିକାନ୍ତି ସମାପନ ପୂର୍ବକ ପହଣ୍ଡି କରି ରଥକୁ ବିଜେ କରିଥିଲେ ଠାକୁର । ସେଠାରେ ସମସ୍ତ ପୂଜାର୍ଚ୍ଚନା ଶେଷ ହେବାପରେ ଅପରାହ୍ନ 4ଟା 50 ମିନିଟ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଦିନର ତାପମାତ୍ରା ବୃଦ୍ଧି ପାଇବା ହେତୁ ଲୋକଙ୍କ ସମାଗମ କମ ରହିଥିଲା । ଫଳରେ ରଥ ଟଣାରେ ବିଳମ୍ବ ହେବା ସହ ରଥ ଆଜି ସନ୍ଧ୍ୟା ପୂର୍ବରୁ ଖଳାରେ ପହଞ୍ଚି ନଥିଲା । ସନ୍ଧ୍ୟା ହେତୁ ଡାହୁକ ରଥକୁ ଆଗକୁ ଯିବାକୁ ଅନୁମତି ନ ଦେବାରୁ ରଥ ଗୋସାରେଶ୍ୱର ଛକ ପୂର୍ବରୁ ଅଟକିଥିଲା। ସେଠାରେ ଆବଶ୍ୟକୀୟ ନୀତିକାନ୍ତି ସମାପନ ହେବା ସହ ଆସନ୍ତାକାଲି ଅପରାହ୍ଣରେ ରଥ ଟଣାଯିବ ବୋଲି ସୂଚନା ମିଳିଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ