ଓଡିଶା

odisha

ETV Bharat / city

ଜୁନିଅର ମହାରଥୀଙ୍କ ନୂଆ ଇନିଂସ ଆରମ୍ଭ - ଜୁନିଅର ମହାରଥୀଙ୍କ ଇନିଙ୍ଗସ ଆରମ୍ଭ

ଶପଥ ନେଲେ ପିପିଲି ଗଡ଼ର ରାଜା ଜୁନିଅର ମହାରଥୀ । ତେବେ ସେ ଆଜି(ମଙ୍ଗଳବାର)ଠାରୁ ବିଧିବଦ୍ଧ ଭାବେ ସରକାରୀ ସ୍ତରରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ଜୁନିଅର ମହାରଥୀଙ୍କ ନୂଆ ଇନିଙ୍ଗସ ଆରମ୍ଭ
ଜୁନିଅର ମହାରଥୀଙ୍କ ନୂଆ ଇନିଙ୍ଗସ ଆରମ୍ଭ

By

Published : Oct 5, 2021, 1:45 PM IST

Updated : Oct 5, 2021, 3:18 PM IST

ଭୁବନେଶ୍ବର:ଶପଥ ନେଇ ଆଜି(ମଙ୍ଗଳବାର)ଠାରୁ ବିଧିବଦ୍ଧ ଭାବେ ସରକାରୀ ସ୍ତରରେ କାମ ଆରମ୍ଭ କରିବେ ଜୁନିଅର ମହାରଥୀ । ପିପିଲି ଗଡ଼ରେ ଏବେଠାରୁ ଆରମ୍ଭ ହେବାକୁ ଯାଉଛି ରୁଦ୍ରଙ୍କ ରାଜ୍‌ । ତେବେ ସେ ସ୍ବର୍ଗତଃ ପିତା ତଥା ଦିବଂଗତ ରାଜନେତା ପ୍ରଦୀପ ମହାରଥୀଙ୍କ ଅଧା ରହିଯାଇଥିବା କାର୍ଯ୍ୟକୁ ପୂରଣ କରିବେ ବୋଲି କହିଛନ୍ତି ।

ଜୁନିଅର ମହାରଥୀଙ୍କ ନୂଆ ଇନିଂସ ଆରମ୍ଭ

ଶପଥ ନେବା ରୁଦ୍ରଙ୍କ ପାଇଁ ଏକ ଭାବବିହ୍ବଳ ମୁହୂର୍ତ୍ତ ଥିଲା । ବହୁଥର ସେ ତାଙ୍କ ପିତାଙ୍କ ସହ ଶପଥ ସମାରୋହକୁ ଆସିଛନ୍ତି । ଯାହା ନୀତି ନିୟମ ଅଛି ତାକୁ ମାନି ସେ ଆଗକୁ କାମ କରିବେ ବୋଲି କହିଛନ୍ତି । ଏହାସହିତ ଭାୟା ମିଡ଼ିଆ ରାଜନୀତିଠୁ ଦୂରରେ ରହି ଲୋକଙ୍କ ପାଇଁ କାମ କରିବେ। ଅଞ୍ଚଳର ବିକାଶ ପାଇଁ କାମ କରିବେ । ଡେଲାଙ୍ଗ ପିପିଲିକୁ ନମ୍ବର ୱାନ କରିବା ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ତେବେ ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ ବାପାଙ୍କ ଦେହାନ୍ତ ପରେ ବାକିଥିବା କାମକୁ ଶେଷ କରିବା । ସବୁ ପଞ୍ଚାୟତକୁ ସେ ନିଜେ ଯିବେ । ଯାହା ସମସ୍ୟା ଥିବ ଆଲୋଚନା କରି ସମାଧାନ କରିବେ ଏବଂ ଅଞ୍ଚଳରେ କାମ କରିବା ପାଇଁ ସେ ଏହି ଦାୟିତ୍ବ ନେଇଛନ୍ତି ବୋଲି କହିଛନ୍ତି । ସେପଟେ ଆସିଛି ବିଜେପି ନେତା ଜୟନ୍ତ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ। ଆମ ପାର୍ଟି ପୁରା ପ୍ରସ୍ତୁତ ଅଛି । ଆମ କର୍ମୀ ମାନେ ପୁରା ପ୍ରସ୍ତୁତ ଅଛନ୍ତି । ମୋର ବିଶ୍ବାସ ବିଜେପି ଭଲ କରିବ ।

ବର୍ତ୍ତମାନ ସରପଞ୍ଚମାନେ ବଦନାମ ହୋଇ ସାରିଛନ୍ତି । ନିର୍ବାଚନ ସରିଲେ ଦେଖିବେ ଭଲ କରିବ ବିଜେପି । ପିପିଲି ଉପନିର୍ବାଚନ ଫଳାଫଳ କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ତାହା ବିଜେଡିର ଥିଲା ଏବେ ରହିଲା ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 5, 2021, 3:18 PM IST

ABOUT THE AUTHOR

...view details