ଭୁବନେଶ୍ବର: ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବି, ପିପିଲି ଓ ଡେଲାଙ୍ଗବାସୀଙ୍କ ସେବା କରିବି । କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରଦାପ ମହାରଥି । ପ୍ରାର୍ଥୀ ଘୋଷଣା ହେଲା ପରେ ପ୍ରଥମ ଥର ପାଇଁ ରବିବାର ନବୀନ ନିବାସରେ ପହଞ୍ଚି ଥିଲେ ରୁଦ୍ର ମହାରଥୀ । ସାଥିରେ ଥିଲେ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଲା ପରେ ନବୀନ ନିବାସରୁ ପିପିଲି ପାଇଁ ଟିକେଟ ନେଇଛନ୍ତି ରୁଦ୍ର।
ନବୀନ ବାବୁଙ୍କ ସ୍ଵଚ୍ଛ ଶାସନ ପାଇଁ ନିର୍ବାଚନରେ ଲୋକଙ୍କ ସହଯୋଗ ମିଳିବ ବୋଲି ସେ କହିଛନ୍ତି । ଚାଷ, ପାନୀୟ ଜଳ, ଭିତ୍ତିଭୂମିର ବିକାଶ ପାଇଁ ସର୍ବଦା କାମ କରିବି । ପିପିଲିର ଉନ୍ନତି ପାଇଁ ଆମ ପରିବାର କାମ କରିବ। ଆଗକୁ କଥାରେ ନୁହେଁ କାମରେ କରି ଦେଖେଇବୁ । ମା-ପୁଅର ସମ୍ପର୍କ ସବୁବେଳେ ପବିତ୍ର ଓ ଅତୁଟ ତେଣୁ କିଛି ଗଣମାଧ୍ୟମରେ ମିଥ୍ୟା ଅପପ୍ରଚାର କରାଯାଉଛି, ଯାହା ଠିକ ନୁହେଁ ବୋଲି ରୁଦ୍ର କହିଛନ୍ତି।