ଓଡିଶା

odisha

ETV Bharat / city

ରୁଚି କମ୍ପାନୀ ସହଯୋଗରେ ରାଜଧାନୀରେ ମନ୍ଦିର ସେବାୟତଙ୍କୁ ବଣ୍ଟାଗଲା ରାସନ - ରୁଚି କମ୍ପାନୀ ସହଯୋଗରେ ସେବାୟତଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଓଡିଶା ମନ୍ଦିର ସେବାୟତ ସଂଘ ଆନୁକୂଲ୍ୟରେ ଏବଂ ରୁଚି କମ୍ପାନୀ ସହଯୋଗରେ ଭୁବନେଶ୍ବରର ବିଭିନ୍ନ ମନ୍ଦିର ସେବାୟତ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

Ruchi company food provide to sebayat in bbsr
ରୁଚି କମ୍ପାନୀ ସହଯୋଗରେ ସେବାୟତଙ୍କୁ ରାସନ ସାମଗ୍ରୀ ବଣ୍ଟନ

By

Published : Jun 19, 2021, 10:16 PM IST

ଭୁବନେଶ୍ବର: ସେବାୟତ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ । ଆଜି ଓଡିଶା ମନ୍ଦିର ସେବାୟତ ସଂଘ ଆନୁକୂଲ୍ୟରେ ଏବଂ ରୁଚି କମ୍ପାନୀ ସହଯୋଗରେ ଭୁବନେଶ୍ବରର ବିଭିନ୍ନ ମନ୍ଦିର ସେବାୟତ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

ରୁଚି କମ୍ପାନୀ ସହଯୋଗରେ ସେବାୟତଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଓଡିଶା ମନ୍ଦିର ସେବାୟତ ସଂଘ ଓ ରୁଚି କମ୍ପାନୀ ସହଯୋଗରେ ଭୁବନେଶ୍ବରର ବିଭିନ୍ନ ମନ୍ଦିର ସେବାୟତ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାମ ମନ୍ଦିର ,ଗିରି ଦୁର୍ଗା ମନ୍ଦିର ,ଅରସିଏମ ମନ୍ଦିର ,ସତ୍ୟନଗର କାଳୀ ମନ୍ଦିର, ଆଇଗିଣିଆ ଲକ୍ଷ୍ମୀନାରାୟଣ ମନ୍ଦିର, ଆଇଗିଣିଆ ହନୁମାନ ମନ୍ଦିର, ଖଣ୍ଡୁଆଳି ମନ୍ଦିର, ଦିବ୍ୟ ଜଗନ୍ନାଥ ମନ୍ଦିର, କୋଳଥିଆ ଜଗନ୍ନାଥ ମନ୍ଦିର ସମେତ ମୋଟ ୧୮ ମନ୍ଦିରର ୧୨୦ ଜଣ ସେବୟତଙ୍କୁ ବଣ୍ଟନ କରାଗଲା। ସୂଚନାଥାଉକି ମହାମାରୀ କୋରୋନା ଯୋଗୁଁ ସାରା ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସହ ଦେବାଦେବୀଙ୍କ ମନ୍ଦିର ବନ୍ଦ ରହିଛି । ବିଶେଷ କରି କୋରୋନାରେ ବେଶ ପ୍ରଭାବିତ ହୋଇଛନ୍ତି ସେବାୟତ । ସେବାୟତ ମାନେ ସହାୟତା ପାଇଁ ସରକାରଙ୍କୁ ମଧ୍ୟନ ନିବେଦନ କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀ ରାଷ୍ଟ୍ରୀୟ ମହାମନ୍ତ୍ରୀ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଓଡିଶା ମନ୍ଦିର ସେବାୟତ ସଂଘ ରାଜ୍ୟ ସମ୍ପାଦକ ସିଂହାରି ଅଲୋକ ଖୁଣ୍ଟିଆ, ସଚେତକ ସୁବାଷ ମିଶ୍ର,ସଦସ୍ୟ ସୁର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିବା ସହିତ ସେବାୟତ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଆସନ୍ତା କାଲି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମନ୍ଦିରରେ ରାସନ ସାମଗ୍ରୀ ବଣ୍ଟନ କରାଯିବ ପାଇଁ ସଂଘ ତରଫରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details