ଭୁବନେଶ୍ବର: ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ । ନୂଆ ମୋଟରଯାନ ନିୟମ ଲାଗୁ ପରେ ଦେଖାଦେଇଛି ଡକ୍ୟୁମେଣ୍ଟ ସମସ୍ୟା। ଅନେକଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ନେଇ ଲୋକେ ହେଉଛନ୍ତି ହଇରାଣ। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ - ଭୁବନେଶ୍ବର ଆରଟିଓ
ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ । ନୂଆ ମୋଟରଯାନ ନିୟମ ଲାଗୁ ପରେ ଦେଖାଦେଇଛି ଡକ୍ୟୁମେଣ୍ଟ ସମସ୍ୟା। ଅନେକଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ନେଇ ଲୋକେ ହେଉଛନ୍ତି ହଇରାଣ। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
![ଏଣିକି ଛୁଟିଦିନରେ ଖୋଲା ରହିବ ଆରଟିଓ](https://etvbharatimages.akamaized.net/etvbharat/prod-images/768-512-4429387-thumbnail-3x2-rto.jpg)
ଡିଜାଇନ ଫଟୋ
କାଗଜପତ୍ର ଠିକ୍ ପାଇଁ ସରକାର ତିନି ମାସ ଅବଧି ଦେବା ପରେ ଆରଟିଓରେ ଲୋକଙ୍କ ଅଧିକ ଗହଳି ଲାଗୁଥିବାର ଦେଖିବାକୁ ମିଳୁଛି । ତେଣୁ ଏଣିକି ସରକାରୀ ଛୁଟି ଦିନରେ ବି ଖୋଲା ରହିବ ଆରଟିଓ। ଏଥିସହ ଆରଟିଓର କାଉଣ୍ଟର ମଧ୍ୟ ବୃଦ୍ଧି କରାଯିବ। ଅଧିକରୁ ଅଧିକ ଲୋକ ଯେଭଳି ଆରଟିଓ ଅଫିସରେ ଆସି ନିଜ କାଗଜପତ୍ର ସୁରୁଖୁରୁରେ ଆବେଦନ କରିବେ । ଏଥିସହ ଲର୍ଣ୍ଣିଂ ଓ ଡିଏଲ ତିଆରି କରିବାରେ ସମସ୍ୟା ଉପୁଜିବନି ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଟ୍ରାନ୍ସପୋର୍ଟ କମିସନର ସଞ୍ଜୀବ ପଣ୍ଡା।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ