ଭୁବନେଶ୍ବର: ପୂଜା ଛୁଟିରେ ଆରଟିଓ ଅଫିସ ଖୋଲା ନେଇ ସରକାରଙ୍କ ନିଷ୍ପତ୍ତି। ଆସନ୍ତା 5ରୁ 8 ଯାଏଁ ପୂଜା ପାଇଁ ସରକାରୀ ଛୁଟି ରହିବ। ପୂଜାରେ 4 ଦିନ ଛୁଟି ରହୁଥିବାରୁ ନୂଆ ଗାଡ଼ି ପଞ୍ଜିକରଣ ବାଧାପ୍ରାପ୍ତ ହେବ। ବିଶେଷ କରି ଦୁର୍ଗା ପୂଜା ଥିବାରୁ ଅନେକ ନୂଆ ଗାଡି କିଣିବେ। ତେଣୁ ନୂଆ ପଞ୍ଜିକରଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଆସନ୍ତା 5 ଓ 7ରେ ଆରଟିଓ ଅଫିସ ଖୋଲା ରଖିବ ବୋଲି ନିଷ୍ପତ୍ତି ନିଆଯାଇଛି।
4 ଦିନ ପୂଜା ଛୁଟି: ମିଳିବନି ଲାଇସେନ୍ସ, ହୋଇପାରିବ ପଞ୍ଜିକରଣ - driving lisence not give in durga puja
ଏଥର ପୂଜା ଛୁଟିରେ ବନ୍ଦ ରହିବନି ଆରଟିଓ ଅଫିସ । ପୂଜାରେ 4 ଦିନ ଛୁଟି ରହୁଥିବାରୁ ନୂଆ ଗାଡ଼ି ପଞ୍ଜିକରଣ ବାଧାପ୍ରାପ୍ତ ହେବ। ନୂଆ ପଞ୍ଜିକରଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଆସନ୍ତା 5 ଓ 7ରେ ଆରଟିଓ ଅଫିସ ଖୋଲା ରଖିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଫଟୋ ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
3ଟାରୁ 5ଟା ଯାଏଁ ଅଫିସ ଖୋଲା ରହିବ। କେବଳ ନୂଆ ପଞ୍ଜିକରଣ ପାଇଁ ଅଫିସ ଖୋଲିବ। ତେବେ କୌଣସି ଡିଲର ବିନା ପଞ୍ଜିକରଣ ନମ୍ବରରେ ଗାଡି ବିକ୍ରି କରିପାରିବେ ନାହିଁ। ଅନ୍ୟପକ୍ଷରେ 4 ଦିନ ସରକାରୀ ଛୁଟିରେ କୌଣସି ଲାଇସେନ୍ସ ଦିଆଯିବ ନାହିଁ । ଲର୍ଣ୍ଣିଂ କିମ୍ବା ଡିଏଲ ପ୍ରଦାନ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ