ଓଡିଶା

odisha

ETV Bharat / city

ଭିଡରୁ ମିଳିବ ମୁକ୍ତି, ଖୋଲିଲା ଆରଟିଓର ଅସ୍ଥାୟୀ ଶାଖା

ଭିଡରୁ ମୁକ୍ତି ପାଇଁ ରାଜଧାନୀରେ ଖୋଲିଲା ଆରଟିଓର ଅସ୍ଥାୟୀ ଶାଖା । ବିଏମସି କାର୍ଯ୍ୟାଳୟ ଓ ସହିଦ ନଗରରେ 2ଟି ଆରଟିଓର ଅସ୍ଥାୟୀ ଶାଖା ଖୋଲାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 17, 2019, 8:26 PM IST

ଭୁବନେଶ୍ବର: ଲୋକଙ୍କ ସୁବିଧା ପାଇଁ ରାଜଧାନୀରେ ଖୋଲିଲା ଆରଟିଓର ଅସ୍ଥାୟୀ ଶାଖା । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଆରଟିଓରେ ଲାଗୁଥିଲା ନାହିଁ ନଥିବା ଭିଡ । ଲୋକଙ୍କୁ ସୁବିଧାରେ ଲାଇସେନ୍ସ ଯୋଗାଇ ଦେବା ପାଇଁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ଓ ସହିଦ ନଗରରେ ଅସ୍ଥାୟୀ ଶାଖା ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଶାଖା ଗୁଡିକ ସକାଳ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଖୋଲା ରହିବ । ଲୋକେ ସହଜରେ ଏଠାରୁ ଲାଇସେନ୍ସ ପାଇ ପାରିବେ । ତେବେ ଆସନ୍ତା 3 ମାସ ପର୍ଯ୍ୟନ୍ତ ଏହି ଶାଖା ଚାଲିବ । ପରେ ସ୍ଥିତି ସ୍ବାଭାବିକ ହେବା ପରେ ଏହି ଶାଖା ଗୁଡିକୁ ବନ୍ଦ କରାଯିବ ଯିବ ବୋଲି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି ।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲାଇସେନ୍ସ ପାଇଁ ଆରଟିଓରେ ପ୍ରବଳ ଭିଡ ଲାଗୁଛି । ଲାଇସେନ୍ସ ପାଇଁ ଲୋକେ ସକାଳୁ ସନ୍ଧ୍ୟାରେ ଲମ୍ବା ଲାଇନରେ ଅପେକ୍ଷା କରୁଛନ୍ତି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ଅସ୍ଥାୟୀ ଶାଖା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details