ଭୁବନେଶ୍ବର: ଲୋକାୟୁକ୍ତଙ୍କ ଅନେକ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ । ଅନେକ ମାମଲାର ତଦନ୍ତ କରାଯାଉନାହିଁ। ଏହାକୁ ନେଇ ପ୍ରମାଣ ସହ ଅଭିଯୋଗ ଆଣିଲା ଓଡିଶା ସୂଚନା ଅଧିକାର ଅଭିଯାନ । ଲୋକାୟୁକ୍ତରେ ମାମଲା ଗୁଡିକର ନିର୍ଦ୍ଦେଶ ମାନୁନାହାଁନ୍ତି କି ନିର୍ଦ୍ଦେଶ ଗୁଡିକର କାର୍ଯ୍ୟକାରୀ ହେଉନାହିଁ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ଭିଜିଲାନ୍ସ । ଏପଟେ ରାଜ୍ୟରେ ଲୋକାୟୁକ୍ତ ବିଭାଗକୁ ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏ ସମସ୍ତ ଟଙ୍କା ବନ୍ଦ ହେଉ । ଏନେଇ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଓ ଅନ୍ୟ ସୂଚନା ଅଧିକାରୀ ସାମ୍ବାଦିକ ସାମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।
ପାଳନ ହେଉନି ଲୋକାୟୁକ୍ତଙ୍କ ନିର୍ଦ୍ଦେଶ, ପ୍ରଶ୍ନ ଉଠାଇଲେ RTI କର୍ମୀ
ଲୋକାୟୁକ୍ତଙ୍କ ଅନେକ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ । ଅନେକ ମାମଲାର ତଦନ୍ତ କରାଯାଉନାହିଁ। ଏହାକୁ ନେଇ ପ୍ରମାଣ ସହ ଅଭିଯୋଗ ଆଣିଲା ଓଡିଶା ସୂଚନା ଅଧିକାର ଅଭିଯାନ । ଅଧିକ ପଢନ୍ତୁ...
ପାଳନ ହେଉନି ଲୋକାୟୁକ୍ତଙ୍କ ନିର୍ଦ୍ଦେଶ । ଦୁର୍ନୀତିଖୋର ବାବୁଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର । ସେପଟେ ମାମଲା ଚାପିବାକୁ ଉଦ୍ୟମ କରୁଛି ଭିଜିଲାନ୍ସ । କଟକ ଜିଲ୍ଲା ନିଆଳି ବ୍ଲକ ଅଂଲ ପଂଚାୟତରେ 8 ଲକ୍ଷ ଟଙ୍କା ହେର ଫେର ନେଇ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତରେ ଅଭିଯୋଗ ପରେ ସରପଞ୍ଚଙ୍କୁ ନିଲମ୍ବନ କରିଥିଲା ପଞ୍ଚାୟତରାଜ ବିଭାଗ। ହେଲେ ମାମଲା ଚଳୁଥିବା ବେଳେ ସରପଞ୍ଚଙ୍କୁ ପୁନଃ ନିଯୁକ୍ତି କଲା ପଞ୍ଚାୟତରାଜ ବିଭାଗ । ତେବେ ଲୋକାୟୁକ୍ତଙ୍କ ନିର୍ଦେଶକକୁ ପଞ୍ଚାୟତରାଜ ବିଭାଗ ପାଳନ ନ କରୁଥିବା ଅଭିଯୋଗ ହୋଇଛି ।
ସେହିପରି ଯାଜପୁର ତହସିଲରେ 10 ବର୍ଷ ଧରି 5 କୋଟି ଟଙ୍କା ଲୁଟ ମାମଲାରେ ବହୁ ଓଏସଏସ ଅଧିକାରୀଙ୍କ ସମ୍ପୃକ୍ତ ଥିବା ଜଣାପଡିଥିଲା । ହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ଭିଜିଲାନ୍ସ ବିଭାଗକୁ ନିର୍ଦେଶ ଦେଲା ପରେ ବି ହେଉନାହିଁ କାର୍ଯ୍ୟାନୁଷ୍ଠାନ । ଏଭଳି ବିଭିନ୍ନ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦେଶ ପାଳନ କରୁନଥିବାରୁ ଦୁର୍ନୀତିରେ ସରକାରଙ୍କର ଜିରୋ ଟଲେରାନ୍ସ ନେଇ ପ୍ରଶ୍ନ ଉଠାଇଲା ସଂଘ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ