ଓଡିଶା

odisha

ETV Bharat / city

SRCଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ରାଜ୍ୟ ସୂଚନା ଅଧିକାର ଅଭିଯାନ - ସୂଚନା ଅଧିକାର ଅଭିଯାନ

ସୂଚନା ଅଧିକାର ଅଭିଯାନ ଅଭିଯୋଗ ଅନୁସାରେ ୨୦୧୩ ମସିହାରେ ସମବାୟ ସଚିବ ରହିଥିଲେ ବିଷ୍ଣୁ । ସେତେବେଳେ ଓଡିଶା ରାଜ୍ୟ କୋପରେଟିଭ ବ୍ୟାଙ୍କର ଏମଆଇସି ଦାୟିତ୍ୱରେ ରହି ନିଜ ପଦବୀର ଅପବ୍ୟବହାର କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 1, 2019, 8:18 PM IST

ଭୁବନେଶ୍ବର: ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ଏନେଇ ଲୋକାୟୁକ୍ତଙ୍କ ପାଖେ ଫେରାଦ ହୋଇଛି ରାଜ୍ୟ ସୂଚନା ଅଧିକାର ଅଭିଯାନ । 700 କୋଟି ଟଙ୍କା ହେରଫର ଅଭିଯୋଗ ନେଇ ଲୋକାୟୁକ୍ତଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅଧିକାର ଅଭିଯାନ ଅଭିଯୋଗ ଅନୁସାରେ ୨୦୧୩ ମସିହାରେ ସମବାୟ ସଚିବ ରହିଥିଲେ ବିଷ୍ଣୁ । ସେତେବେଳେ ଓଡିଶା ରାଜ୍ୟ କୋପରେଟିଭ ବ୍ୟାଙ୍କର ଏମଆଇସି ଦାୟିତ୍ୱରେ ରହି ନିଜ ପଦବୀର ଅପବ୍ୟବହାର କରିଥିଲେ । ନାବାର୍ଡ ତଥ୍ୟ ଆଧାରରେ ଅସାଧୁ ଉପାୟରେ ନିଜେ ଓ ନିଜ ସମ୍ପର୍କୀୟଙ୍କ ନାମରେ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ବିଷ୍ଣୁ ।

ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କ ସୂଚନା ଅନୁସାରେ ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଓଏସସିବିର ଏମଆଇସି ଥିଲେ । ସେ ସମୟରେ ବିଭିନ୍ନ ଉପାୟରେ ପଦବୀର ଅପବ୍ୟବହାର କରି ଲକ୍ଷାଧିକ ଟଙ୍କାର ଆର୍ଥିକ ଅନିୟମିତତା କରିଥିଲେ । ନାବାର୍ଡ ରିପୋର୍ଟ ଅନୁସାରେ ପାଖାପାଖି ୭ ସହ କୋଟି ଟଙ୍କାର ହେରଫେର ହୋଇଥିବାର ସୂଚନା ରହିଛି ।

ତେଣୁ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯାଇଛି ବୋଲି ସେ କହିଛନ୍ତି । ତେବେ ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

ABOUT THE AUTHOR

...view details