ଓଡିଶା

odisha

ସାମ୍ବାଦିକାଙ୍କୁ ମାଡ଼ ଘଟଣା: ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି

By

Published : Dec 29, 2019, 3:04 PM IST

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣକୁ ନିନ୍ଦା କରି ପ୍ରତିବାଦ କରିଛି ଓଡିଶା ସୂଚନା ଅଧିକାର । ସମ୍ପୃକ୍ତ ମଲ୍ ର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

_RTI press conference for journalist's right
ସାମ୍ବାଦିକାଙ୍କୁ ମାଡ଼ ଘଟଣା

ଭୁବନେଶ୍ବର: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣକୁ ନିନ୍ଦା କରି ପ୍ରତିବାଦ କରିଛି ଓଡିଶା ସୂଚନା ଅଧିକାର । ସମ୍ପୃକ୍ତ ମଲ୍ ର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହାସହ ଭୁବନେଶ୍ବରରେ ବେଆଇନ ଭାବରେ ଆଦାୟ କରାଯାଉଥିବା ପାର୍କିଂ ଫି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଇଛି ।

ସାମ୍ବାଦିକାଙ୍କୁ ମାଡ଼ ଘଟଣା

ଭୁବନେଶ୍ବରରେ ଅନେକ ସ୍ଥାନରେ ବେଆଇନ ଭାବେ ଆଦାୟ କରାଯାଉଥିବା ଏହି ରାଶି ପଛରେ ରାଜନୈତିକ ଓ ବହୁ ଘରୋଇ ଲୋକଙ୍କ ହାତ ରହିଛି । ଫଳରେ ସରକାରଙ୍କ ରାଜକୋଷ ପରିବର୍ତ୍ତେ ସେମାନେ ମାଲାମାଲ ହେଉଥିବାର ଅଭିଯୋଗ କରିଛନ୍ତି । ସାମ୍ବାଦିକଙ୍କ ଭଳି ରାଜ୍ୟରେ ମାନବାଧିକାର କର୍ମୀ ଓ ସୂଚନାଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ମଧ୍ୟ ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ସେମାନଙ୍କ ସୁରକ୍ଷା ନିମନ୍ତେ ସରକାର ସ୍ବତନ୍ତ୍ର ଆଇନ ଆଣିବାକୁ ଏନେଇ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details