ଓଡିଶା

odisha

ETV Bharat / city

RT-PCR ଟେଷ୍ଟ ଦାମ କମାଇଲେ ରାଜ୍ୟ ସରକାର - ରାଜ୍ୟ ସରକାର

ଘରୋଇ ମେଡ଼ିକାଲରେ RT PCR କୋଭିଡ ଟେଷ୍ଟ ଦାମ କମାଇଲେ ସରକାର । ପୂର୍ବରୁ ରହିଥିବା 22 ଶହ ଟଙ୍କାକୁ ହ୍ରାସ କରି 12 ଶହ ରଖିଛନ୍ତି ସରକାର । ଅଧିକ ପଢନ୍ତୁ..

RT-PCR ଟେଷ୍ଟ ଦାମ କମାଇଲେ ରାଜ୍ୟ ସରକାର
RT-PCR ଟେଷ୍ଟ ଦାମ କମାଇଲେ ରାଜ୍ୟ ସରକାର

By

Published : Aug 25, 2020, 8:20 PM IST

Updated : Aug 25, 2020, 8:27 PM IST

ଭୁବନେଶ୍ବର: କୋଭିଡ ଟେଷ୍ଟ ପାଇଁ ହେଉଥିବା ଆରଟି ପିସିଆର ଟେଷ୍ଟ ଦାମ କମାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ 2200 ଟଙ୍କା ଏହି ଟେଷ୍ଟ ପାଇଁ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ 1200 ଟଙ୍କାକୁ ହ୍ରାସ କରିଛନ୍ତି ସରକାର।

ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱରର ସମ ହସ୍ପିଟାଲ, ଆପୋଲୋ, ଜେନଏକ୍ସ, ଇନଡ଼ିଏନଏ ଲାଇଫ ସାଇନ୍ସ ଏହି ଟେଷ୍ଟ କରୁଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଦ୍ବାରା ପୂର୍ବରୁ ଏହି ଟେଷ୍ଟ ପାଇଁ ମୂଲ୍ଯ ଧାର୍ଯ୍ୟ କରାଯାଇଥିଲା । ଘରୋଇ ମେଡ଼ିକାଲରେ ଯେଉଁମାନେ କୋଭିଡ ପରୀକ୍ଷା କରିବେ, ସେମାନଙ୍କୁ ଏହି ନିର୍ଦ୍ଧାରିତ ମୂଲ୍ୟ ଦେବାକୁ ପଡେ । କିନ୍ତୁ ରାଜ୍ୟ ସରକାର ଏହି ମୂଲ୍ୟ ହ୍ରାସ କରି 1200 ଟଙ୍କା ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 25, 2020, 8:27 PM IST

ABOUT THE AUTHOR

...view details