ଓଡିଶା

odisha

ETV Bharat / city

ନାମୀ କମ୍ପାନୀର 120 କୋଟି ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ, ଧରିଲା DGGI - dggi

ରାଜ୍ୟର ନାମୀ କମ୍ପାନୀର ୬୭୦କୋଟିର ଜିଏସଟି କେଳେଙ୍କାରୀ । ବେଆଇନ ଭାବେ ୧୨୦କୋଟିର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇଥିବା ନେଇ ଧରିଲା DGGI । ଅଧିକ ପଢନ୍ତୁ..

ନାମୀ କମ୍ପାନୀର 120 କୋଟି ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ, ଧରିଲା DGGI
ନାମୀ କମ୍ପାନୀର 120 କୋଟି ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ, ଧରିଲା DGGI

By

Published : Jul 29, 2021, 9:16 PM IST

Updated : Jul 30, 2021, 8:01 AM IST

ଭୁବନେଶ୍ବର: ବେଆଇନ ଭାବେ ୧୨୦ କୋଟିର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇଥିବା ରାଜ୍ୟର ଏକ ନାମୀ କମ୍ପାନୀକୁ ଠାବ କରିଛି DGGI । ପାରାଦ୍ବୀପ ହରିଦାସପୁରରେ ଏକ ସରକାରୀ ପ୍ରୋଜେକ୍ଟ କରୁଥିବା ଏହି କମ୍ପାନୀ ୬୭୦କୋଟିର ଜିଏସଟି କାରବାରକୁ ଆଧାର କରି ୧୨୦ କୋଟି ଇନପୁଟ ଟ୍ୟାକ୍ସ ବେଆଇନ ଭାବେ ହାତେଇଥିଲା । କମ୍ପାନୀ ଏହି କ୍ରେଡିଟ ପାଇଵା ପାଇଁ ଯୋଗ୍ୟ ନୁହେଁ ବୋଲି DGGI ସୂଚନା ପାଇଥିଲା ।

୧୨୦ କୋଟି ଟଙ୍କାର ଠକେଇ କାରବାର ଜଣାପଡିବା ପରେ DGGI ଆଡିସିନାଲ ଡାଇରେକ୍ଟର ଜେନେରାଲ ଦେବାଶିଷ ସାହୁ ଏକ ସ୍ବତନ୍ତ୍ର ଟିମ୍ ଏନେଇ ଅଡିଟ କରିଥିଲେ । ପରେ ସମ୍ପୃକ୍ତ କମ୍ପାନୀ ୧୨୦ କୋଟି ଟଙ୍କା ଫେରସ୍ତ କରିବାକୁ ବାଧ୍ୟ ହୋଇଥିଲା । ତେବେ ବେଆଇନ କାମ ପାଇଁ କମ୍ପାନୀ ନାଁରେ କେସ୍ ଫାଇଲ କରିବା ସହ ଫାଇନ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି DGGI ।

ନାମୀ କମ୍ପାନୀର ୬୭୦କୋଟି ଜିଏସଟି କେଳେଙ୍କାରୀ, ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ଲିଙ୍କ୍ ଧରିଲା DGGI

ତେବେ ନାମୀଦୀମୀ କମ୍ପାନୀ ହୋଇ ରାଜ୍ୟରେ ଏପରି ସରକାରୀ ଅର୍ଥ ହଡପ କରିବା ଏକ ଦଣ୍ଡନୀୟ ଅପରାଧ । ଏମିତି ଢଙ୍ଗରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ କରୁଥିବା କମ୍ପାନୀ ଉପରେ ଏବେ DGGI କଡା ନଜର ରଖିଛନ୍ତି । ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ଟିମର ଅଫିସର ବିଭିନ୍ନ ସମୟରେ ଅନେକ ବଡ ବଡ କମ୍ପାନୀରେ ଏପରି କଳା କାରନାମାକୁ ଠାବ କରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 30, 2021, 8:01 AM IST

ABOUT THE AUTHOR

...view details