ଓଡିଶା

odisha

ETV Bharat / city

କୋରୋନା ମୁକାବିଲାରେ ଖର୍ଚ୍ଚ ହୋଇଛି 223 କୋଟି - covid expenditure

ରାଜ୍ୟରେ 23 ଜିଲ୍ଲାରେ କୋରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ବାବଦକୁ ଖର୍ଚ୍ଚ ହୋଇଛି 223 କୋଟି ଟଙ୍କା । ଅଧିକ ପଢନ୍ତୁ...

କୋରୋନା ମୁକାବିଲା
କୋରୋନା ମୁକାବିଲା

By

Published : Nov 24, 2020, 10:20 PM IST

ଭୁବନେଶ୍ବର: କୋରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚ୍ଚର ହିସାବ ଦେଲେ ସରକାର । 23 ଜିଲ୍ଲାରେ ମୋଟ 223 କୋଟି ଟଙ୍କାର ଖର୍ଚ୍ଚ ହୋଇଥିବା ବିଧାନସଭାରେ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

କୋରୋନା ମୁକାବିଲା

ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏପରି ଦର୍ଶାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । 23 ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁସାରେ, ମୋଟ 2 ଶହ 23 କୋଟି 87 ଲକ୍ଷ 81 ହଜାର 876 ଟଙ୍କା ଖର୍ଚ୍ଚ ହୋଇଥିବା ସେ ଜଣାଇଛନ୍ତି ।

ସେପଟେ ଗତ 8 ମାସ ଭିତରେ ବିଭିନ୍ନ ରୋଗରେ 1 ଲକ୍ଷ 41 ହଜାର 874 ଜଣଙ୍କ ପ୍ରାଣ ଯାଇଥିବା ମଧ୍ୟ ଗୃହକୁ ଜଣାଇଛନ୍ତି ମନ୍ତ୍ରୀ । ଅପ୍ରେଲରୁ ଅକ୍ଟୋବର ମାସ ମଧ୍ୟରେ ଏତିକି ସଂଖ୍ୟକ ରୋଗୀଙ୍କର ଦେହାନ୍ତ ହୋଇଥିବା ସେ ଆଉ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details