ଓଡିଶା

odisha

ETV Bharat / city

36 ତମ ପ୍ରତିଷ୍ଠା ଦିବସରେ ଯାତ୍ରୀଙ୍କୁ ସଚେତନ କଲା ଆରପିଏଫ - rpf

ସାରା ଦେଶରେ ରେଳ ସୁରକ୍ଷା ବଳ (ଆରପିଏଫ) ର 36 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । କୋରୋନା ସମୟରେ ଏହି ଉତ୍ସବକୁ ଧୁମଧାମରେ ପାଳନ କରାନଯାଇ ଯାତ୍ରୀ ମାନଙ୍କୁ ସଚେତନ କରି ପାଳନ କରାଯାଉଛି। ଅଧିକ ପଢନ୍ତୁ...

36 ତମ ପ୍ରତିଷ୍ଠା ଦିବସରେ ଯାତ୍ରୀଙ୍କୁ ସଚେତନ କଲା ଆରପିଏଫ
36 ତମ ପ୍ରତିଷ୍ଠା ଦିବସରେ ଯାତ୍ରୀଙ୍କୁ ସଚେତନ କଲା ଆରପିଏଫ

By

Published : Sep 20, 2020, 4:01 PM IST

ଭୁବନେଶ୍ବର: ଅନେକ ସମୟରେ ଯାତ୍ରୀ ମାନେ ରେଳ ଯାତ୍ରା ସମୟରେ ଠକାମୀ, ଚୋରୀ, ନିଶା ଦ୍ୱାରା ବେହୋସ ଆଦିର ଶିକାର ହେଉଛନ୍ତି। ତେଣୁ ସବୁ ସମୟରେ ସେମାନଙ୍କ ନିକଟରେ ରେଳ ସୁରକ୍ଷା କର୍ମୀ ଉପସ୍ଥିତ ହୋଇପାରୁ ନାହାଁନ୍ତି । ସେହି ସମୟ ମଧ୍ୟରେ କିମ୍ବା ଏହା ପୂର୍ବରୁ ଯାତ୍ରୀମାନେ କିପରି ନିଜ ପାଖରେ ଥିବା ଠକ, ଚୋର ଆଦିଙ୍କୁ ଚିହ୍ନିବେ ବା ସତର୍କତା ଅବଲମ୍ବନ କରିବେ ସେନେଇ ପରାମର୍ଶ ଦିଆଯାଇଛି । ଏହା ସହିତ ଏଭଳି ଘଟଣା ଅନ୍ୟ କାହା ଦ୍ୱାରା ହେଉଥିଲେ କିପରି ହେଲ୍ପଲାଇନ ନମ୍ବର 182ର ସହାୟତା ନେଇ ଯାତ୍ରୀମାନଙ୍କୁ ରକ୍ଷା କରାଯାଇପାରିବ ସେନେଇ ଭୁବନେଶ୍ୱର ଆରପିଏଫ ପକ୍ଷରୁ ସଚେତନତା କରାଯାଇଛି।

36 ତମ ପ୍ରତିଷ୍ଠା ଦିବସରେ ଯାତ୍ରୀଙ୍କୁ ସଚେତନ କଲା ଆରପିଏଫ

ଏଥି ସହିତ କୋରୋନା ସମୟରେ କିପରି ଏହାର ସଂକ୍ରମଣକୁ ରୋକିବା ଏବଂ ନିଜକୁ କୋରୋନା ଠାରୁ ଦୂରେଇ ରଖାଯାଇପାରିବି ସେ ବିଷୟରେ ମଧ୍ୟ ସଚେତନତା କରାଯାଇଥିବା କହିଛନ୍ତି ଆରପିଏଫ ଆଇଜି ରାଜ କୁମାର। ତେବେ ଏହିଭଳି ସଚେତନତା ଅନ୍ୟ ସମୟରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ପ୍ରତିଷ୍ଠା ଦିବସ ଅବସରରେ ଏହା ସପ୍ତାହ ବ୍ୟାପୀ ଜାରି ରହିବ ବୋଲି ସେ କହିଛନ୍ତି ।

ତେଣୁ ଟ୍ରେନରେ ଯାଉଥିବା ଯାତ୍ରୀମାନେ ସୁରକ୍ଷିତ ରହିବା ପାଇଁ ନିଜେ ସତର୍କ ହେବା ସହ ହେଲ୍ପଲାଇନ ନମ୍ବରର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details