ଭୁବନେଶ୍ବର: ହଜିଲା ଝିଅକୁ ଫେରିଲା ପାଇଲା ମାଆ । ଭୁବନେଶ୍ବର ରେଳ ଷ୍ଟେସନରେ 19 ବର୍ଷୀୟ ଝିଅକୁ ପାଇ ଭାବବିହ୍ବଳ ହୋଇପଡିଲେ ମାଆ ସବିତା ଡାକୁଆ । ଆଜି ଭୁବନେଶ୍ବର ଆରପିଏଫ ପକ୍ଷରୁ ପଲ୍ଲଭି ଡାକୁଆଙ୍କୁ ଉଦ୍ଧାର କରାଯାଇ ତାଙ୍କ ମାଆଙ୍କ ହସ୍ତାନ୍ତର କରାଯାଇଛି । ଦୀର୍ଘ ଦିନ ପରେ ନିଜକୁ ଫେରି ପାଇଥିବାରୁ ଝିଅକୁ କୁଣ୍ଢାଇ ଆଉଁସି ପକାଇବା ସହ ତାଗିତ କରିଥିଲେ ସବିତା। ଏଥିସହ ସେ ଆରପିଏଫଙ୍କୁ ସାଧିବାଦ ଜଣାଇଥିଲେ ।
ରୁଷି ଘର ଛାଡି ଚାଲିଥିବା ଝିଅକୁ ଭୁବନେଶ୍ବର ଷ୍ଟେସନରୁ ଫେରି ପାଇଲା ମାଆ - missing girl rescued by rpf
ମା’ ସହ ଝଗଡା କରି ଘରୁ ବାହାରି ଆସିଥିଲା 19 ବର୍ଷର ଝିଅ ପଲ୍ଲଭି ଡାକୁଆ । ନିଖୋଜ ଝିଅକୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଆଜି ଭୁବନେଶ୍ବର ରେଳ ଷ୍ଟେସନର ଆରପିଏଫଙ୍କ ସହାୟତାରେ ନିଜ ଝିଅକୁ ଫେରିପାଇଛନ୍ତି ସବିତା ଡାକୁଆ । ଅଧିକ ପଢନ୍ତୁ...

ରୁଷି ଘର ଛାଡି ଚାଲିଥିବା ଝିଅକୁ ଭୁବନେଶ୍ବର ଷ୍ଟେସନରୁ ଫେରି ପାଇଲା ମାଆ
ମା ସହ ଝଗଡା କରି ଘରୁ ବାହାରି ପଲ୍ଲଭି । ରୁଷି କେଉଁ ଆଡେ ଚାଲିଥିବା ଝିଅକୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଗଞ୍ଜାମ ବ୍ରହ୍ମପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଆସି ପହଞ୍ଚିଥିଲା ଝିଅର ନିଖୋଜ ଖବର । ବ୍ରହ୍ମପୁର ବୈଦନାଥପୁର ଥାନାର ଅଭିଯୋଗକୁ ଆଧାର କରି ଭୁବନେଶ୍ବର ରେଳ ଷ୍ଟେସନର ଆରପିଏଫ ଟିମ ଖୋଜାଖୋଜି କରିଥିଲେ । ପରେ ତାଙ୍କୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ