ଭୁବନେଶ୍ବର: ଚିନ୍ତା ବଢାଉଛି ବନଜାରା ଗ୍ୟାଙ୍ଗ୍ । ପୂଜା ପୂର୍ବରୁ ରାଜଧାନୀରେ ମାତିଛନ୍ତି ଲୁଟେରା । ସହର ପରେ ଏବେ ଷ୍ଟେସନରେ ଆତଙ୍କ ସୃଷ୍ଟି କରିଛି ଏହି ଗ୍ୟାଙ୍ଗ୍ । ଏବେ ପୂଜାର ମାହୋଲ ଥିବାରୁ ଲୋକଙ୍କ ଗହଳି ଦେଖି ଲୁଟ୍ ପାଇଁ ବିଭିନ୍ନ ବାଟ ଆପଣାଉଛନ୍ତି ଲୁଟେରା । ଗହଳି ଦେଖି ଲୁଟି ନେଉଛନ୍ତି ସର୍ବସ୍ବ । ତେବେ ଟାର୍ଗେଟରେ ବୃଦ୍ଧ, ମହିଳା ଓ ଛୁଆ ଧରିଥିବା ଲୋକ । ଏଭଳି ଏକ ୫ଜଣିଆ ଗ୍ୟାଙ୍ଗ୍କୁ କାବୁ କରିଛି ପୋଲିସ ।
ତେବେ ସୂଚନା ଅନୁଯାୟୀ, ଜଣେ ହୋମିଓପାଥି ଡାକ୍ତରାଣିଙ୍କୁ ଲୁଟ୍ ପରେ ସାମ୍ନାକୁ ଆସିଛି ଏହି ଗ୍ୟାଙ୍ଗ୍ । ଟ୍ରେନ୍ରେ ଚଢୁଥିବାବେଳେ ଗହଳି କରି ଲୁଟିଥିଲେ ମନି ପର୍ସ । ଯେଉଁଥିରେ ଥିଲା ୪୦ ହଜାର ଟଙ୍କାର ମୋବାଇଲ, ୫୦ହଜାର ଟଙ୍କାର ଗହଣା ଓ ନଗଦ ୧୦ହଜାର ଟଙ୍କାର । ତେବେ ଏନେଇ ଧରାପଡିବା ପରେ ଏସବୁକୁ ଜବତ କରିଛି ଆରପିଏଫ ଟିମ୍ । ତେବେ ଏମାନେ ବିଶେଷ କରି ପଶ୍ଚିମବଙ୍ଗ ଅଞ୍ଚଳର ପୂଜା ମୌକାରେ ଭୁବନେଶ୍ବର ଆସିଥିବା ନେଇ ଜଣାପଡିଛି । ଏଥିସହ ଏମାନେ ଷ୍ଟେସନ ଆଖପାଖ ଅଞ୍ଚଳରେ ଏମାନେ ରହି ବୁଲାବୁଲି କରିବା ସହ ଷ୍ଟେସନକୁ ଆସିଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି ।
ଯେପରିକି ବୃଦ୍ଧ, ଛୁଆ କାଖେଇଥିବା ମହିଳା ଓ ଯୁବତୀଙ୍କର ପିଛା କରନ୍ତି ସେମାନେ । ପ୍ରଥମେ ଧ୍ୟାନ ଭଟକାନ୍ତି ଗହଳି କରନ୍ତି ଆଉ ଲୁଟ୍ କରନ୍ତି । କେହି ଜାଣିବା ପରି ନୀରିହ ଚେହେରାରେ ଖସିଯାନ୍ତି । କେବଳ ଏହି ୫ଜଣ ନୁହଁନ୍ତି ମିଳିଥିବା ତଥ୍ୟ ଅନୁସାରେ ଏମାନଙ୍କର ଗ୍ୟାଙ୍ଗରେ ଆଉ କିଛି ରହିଛନ୍ତି, ଯେଉଁମାନଙ୍କୁ ଖୋଜୁଛି ଆରପିଏଫ କ୍ରାଇମବ୍ରାଞ୍ଚ ଟିମ ।