ଓଡିଶା

odisha

By

Published : Jun 3, 2022, 3:35 PM IST

Updated : Jun 3, 2022, 8:46 PM IST

ETV Bharat / city

ରେଳଯାତ୍ରୀ ବାହାନାରେ ଲୁଟୁଥିଲେ, ୩ଜଣିଆ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିଲା RPF ପୋଲିସ

ରେଳ ଯାତ୍ରୀ ଆଢୁଆଳରେ ଲୁଟୁଥିଲେ ବ୍ୟାଗ୍ ଓ ପର୍ସ । ବ୍ଲେଡ୍‌ ମାରି ଗାଏବ କରୁଥିଲେ ଦାମୀ ଜିନିଷ । ୩ଜଣିଆ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ କାବୁ କଲା RPF । ଅଧିକ ପଢନ୍ତୁ

ରେଳ ଯାତ୍ରୀ ବାହାନାରେ ଲୁଟୁଥିଲେ ଗ୍ୟାଙ୍ଗ୍, ୩ଜଣିଆ ଇଣ୍ଟରଷ୍ଟେଟ୍ ଗ୍ୟାଙ୍ଗକୁ ଗିରଫ କଲା RPF
ରେଳ ଯାତ୍ରୀ ବାହାନାରେ ଲୁଟୁଥିଲେ ଗ୍ୟାଙ୍ଗ୍, ୩ଜଣିଆ ଇଣ୍ଟରଷ୍ଟେଟ୍ ଗ୍ୟାଙ୍ଗକୁ ଗିରଫ କଲା RPF

ଭୁବନେଶ୍ବର:ରାଜଧାନୀରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲୁଟେରା । ୩ଜଣିଆ ଗ୍ୟାଙ୍ଗକୁ କାବୁ କଲା ଆରପିଏଫ। ଏମାନେ ରେଳ ଯାତ୍ରୀ ଆଢୁଆଳରେ ଲୁଟୁଥିଲେ ବ୍ୟାଗ୍ ଓ ପର୍ସ । ବ୍ଲେଡ ମାରି ଗାଏବ କରୁଥିଲେ ଦାମୀ ଜିନିଷ । ପ୍ରଥମେ ଯାତ୍ରୀର ଧ୍ୟାନ ଭଟକାଇ ପରେ ଜଣେ ଲୁଟ୍‌ କରୁଥିବାବେଳେ, ଆଉ ଜଣଙ୍କ ଜରିଆରେ ବ୍ୟାଗ ଗାଏବ କରୁଥିଲେ। ମନିପର୍ସ ସହ ବ୍ୟାଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ । ବିଶେଷକରି ଲୁଟ୍‌ ପାଇଁ ଟାର୍ଗେଟରେ ଥିଲେ ଏହି ଗ୍ୟାଙ୍କ୍‌ର ଟାର୍ଗେଟରେ ରହିଥିଲେ ମହିଳା ଓ ଯୁବତୀ ଓ ବୃଦ୍ଧ ।

ରେଳଯାତ୍ରୀ ବାହାନାରେ ଲୁଟୁଥିଲେ, ୩ଜଣିଆ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିଲା RPF ପୋଲିସ

ପଶ୍ଚିମବଙ୍ଗରୁ ଆସି ପୁରୀରେ ସିରିଜ ଲୁଟ୍‌ କରି ପୁଣି ନିଜ ରାଜ୍ୟକୁ ଯାଉଥିଲେ । ଏହିପରି ଢଙ୍ଗରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଥିଲେ ଏହି ବ୍ଲେଡ୍‌ ମରା ଗ୍ୟାଙ୍ଗ । ଭୁବନେଶ୍ୱର ଷ୍ଟେସନରୁ ରାଉଲକେଲରାଉ ଆସିବା ବେଳେ ଖବର ପାଇ RPF ଏସଟିଏଫ୍ ଓ ଆରପିଏଫ ଭୁବନେଶ୍ଵରରେ ମିଳିତ ଉଦ୍ୟମରେ ୩ଜଣିଆ ଗ୍ୟାଙ୍ଗକୁ କାବୁ କରିଥିଲେ । ପଶ୍ଚିମବଙ୍ଗର ମାଲଦାର ଅତିଉର କବିରାଜ, ରଫିକ ସେଖ୍‌ ଓ ତାର ସହଯୋଗୀକୁ ଗିରଫ କରାଯାଇଛି ।

ରେଳ ଯାତ୍ରୀ ବାହାନାରେ ଲୁଟୁଥିଲେ ଗ୍ୟାଙ୍ଗ୍, ୩ଜଣିଆ ଇଣ୍ଟରଷ୍ଟେଟ୍ ଗ୍ୟାଙ୍ଗକୁ ଗିରଫ କଲା RPF

ସେମାନଙ୍କ ଠାରୁ ୫୦୦୦ ହଜାର‌ ଟଙ୍କା ସହ ଲ୍ୟାପଟପ୍‌, ଅଫିସିଆଲ ଡକ୍ୟୁମେଣ୍ଟ, ୪ଟି ମୋବାଇଲ ସହ ପ୍ୟାନ‌ କାର୍ଡ, ଆଧାରକାର୍ଡ ଓ କିଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ କରିଛି RPF ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 3, 2022, 8:46 PM IST

ABOUT THE AUTHOR

...view details