ଭୁବନେଶ୍ବର: କୋଭିଡ ପାଇଁ ବନ୍ଦ ହେଲା ଏନଆଇଟି, ଅନଲାଇନରେ ହେବ ପଠାପଢ଼ା ଓ ପରୀକ୍ଷା । କୋଭିଡ୍ ପାଇଁ ରାଉରକେଲାରେ ଥିବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)କୁ ଆଜିଠାରୁ ବନ୍ଦ କରି ଦିଆଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରି କରିବାକୁ ଛାତ୍ରଛାତ୍ରୀଙ୍କୁ ଏନ୍ଆଇଟି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଅନଲାଇନରେ ପଠାପଢ଼ା ସହ ପରୀକ୍ଷା କରିବାକୁ ନିଷ୍ପତ୍ତି।
ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଏନ୍ଆଇଟିକୁ ପଢ଼ିବାକୁ ଆସିଥାନ୍ତି । ଗତ ୧୨ ଓ ୧୫ ତାରିଖରେ ରାଜ୍ୟ ବାହାରୁ ଫେରିଥିବା ଦୁଇ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ। ହେଲେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ପାଠ ପଢା ସହ ପରୀକ୍ଷା କରିବାକୁ ଦାବି କରିଥିଲେ । ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ଗତକାଲି ସଂଧ୍ୟାରେ ଏନ୍ଆଇଟି କର୍ତ୍ତୃପକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । କୋଭିଡ୍ ପାଇଁ ଅନ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ପରୀକ୍ଷା କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ସେମିଷ୍ଟାର ପାଇଁ ସମସ୍ତ ପ୍ରୋଗ୍ରାମର ସମସ୍ତ ଥିଓରୀ ବିଷୟଗୁଡିକର ଶେଷ ସେମିଷ୍ଟାର ପରୀକ୍ଷା ଅନଳାଇନ ମୋଡ୍ ମାଧ୍ୟମରେ କରାଯିବ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।