ଓଡିଶା

odisha

ETV Bharat / city

ମାୟାନଗରୀରୁ ଆସିଲା ଅର୍ଡର, Rosy’s କିଚେନରୁ ଯିବ ଓଡିଆ ବ୍ୟଞ୍ଜନ - Order came from Mumbai

କଥାରେ ଅଛି ଓଡିଆ ଖାଦ୍ୟର ମଜା ଅଲଗା। ବଡ ବଡ ରେଷ୍ଟୁରାଣ୍ଟ ପରି ଏଠି ବଡ ବଡ ରୋଷେୟା ନଥାନ୍ତି ସତ ହେଲେ ଏଠାକାର ଖାଦ୍ୟରେ ଥାଏ ଅଲଗା ସ୍ଵାଦ। ଯେଉଁଥିରେ ଯୋଡି ହୋଇ ରହିଥାଏ ଓଡ଼ିଆ ଐତିହ୍ୟ, ସଂସ୍କୃତି ସାଙ୍ଗକୁ ଓଡିଆ ପରମ୍ପରା। ଆଉ ସେହି ଏବେ ଓଡିଆଣୀଙ୍କ ହାତରନ୍ଧା ପ୍ରେମରେ ପଡିଯାଇଛନ୍ତି ବଲିଉଡ୍ ଦମ୍ପତି ଅଜୟ-କାଜୋଲ। ଅଧିକ ପଢନ୍ତୁ...

ମାୟାନଗରୀରରୁ ଆସିଲା ଅର୍ଡର, ରୋଜି's କିଚେନରୁ ଯିବ ଓଡିଆ ବ୍ୟଞ୍ଜନ
ମାୟାନଗରୀରରୁ ଆସିଲା ଅର୍ଡର, ରୋଜି's କିଚେନରୁ ଯିବ ଓଡିଆ ବ୍ୟଞ୍ଜନ

By

Published : Apr 7, 2021, 2:00 PM IST

ଭୁବନେଶ୍ବର: ମାୟାନଗରୀକୁ ଯିବ ଓଡିଆ ହାଣ୍ଡିଶାଳର ରନ୍ଧା। ବଲିଉଡ ଦମ୍ପତିଙ୍କୁ କିମିଆ କରିଛି ରୋଜି'ସ କିଚେନର ଖାଇବା ବଲିଉଡ ଦମ୍ପତିଙ୍କ ଖାଦ୍ୟ ବରାଦକୁ ନେଇ ଉତ୍ସାହିତ ରୋଜି'ସ କିଚେନର କର୍ମକର୍ତ୍ତା । କଥାରେ ଅଛି ଓଡିଆ ଖାଦ୍ୟର ମଜା ଅଲଗା। ବଡ ବଡ ରେଷ୍ଟୁରାଣ୍ଟ ପରି ଏଠି ବଡ ବଡ ରୋଷେୟା ନଥାନ୍ତି ସତ ଏଠାକାର ଖାଦ୍ୟରେ ଥାଏ ଅଲଗା ସ୍ଵାଦ। ଯେଉଁଥିରେ ଯୋଡି ହୋଇ ରହିଥାଏ ଓଡ଼ିଆ ଐତିହ୍ୟ, ସଂସ୍କୃତି ସାଙ୍ଗକୁ ଓଡିଆ ପରମ୍ପରା। ଆମେ କହୁଛୁ ରାଜଧାନୀ ସାମନ୍ତ ନଗର ଅଞ୍ଚଳରେ ଥିବା ରୋଜି's କିଚେନର କଥା।

ମାୟାନଗରୀରରୁ ଆସିଲା ଅର୍ଡର, ରୋଜି's କିଚେନରୁ ଯିବ ଓଡିଆ ବ୍ୟଞ୍ଜନ

ଏହି ରୋଷେଇ ଶାଳରେ ବର୍ଷ ସାରା ମହକିତ ହେଉଥାଏ ଓଡ଼ିଆ ଘରର ସ୍ୱାଦିଷ୍ଟ ବ୍ୟଞ୍ଜନ ଓ ପିଠାପଣା । ଜଣେ ୫୩ ବର୍ଷର ମହିଳା ସରୋଜା ଚୌଧୁରୀ ବିଗତ ୨୦୧୨ ଠାରୁ ଏଠାରେ ଇଣ୍ଡିଆନ,ପାରମ୍ପରିକ ଓ ଚାଇନିଜ ଫୁଡ୍ ତିଆରି କରି ନିଜର ନିଆରା ଦକ୍ଷତା ପ୍ରତିପାଦିତ କରାଇଛନ୍ତି।

ମାୟାନଗରୀରରୁ ଆସିଲା ଅର୍ଡର, ରୋଜି's କିଚେନରୁ ଯିବ ଓଡିଆ ବ୍ୟଞ୍ଜନ

ତେବେ ସରୋଜା ଚୌଧୁରୀଙ୍କ ଏହି ରୋଜି'ସ କିଚେନର ଚର୍ଚ୍ଚା ଏବେ ମାୟାନଗରୀ ମୁମ୍ବାଇରେ। ସରୋଜାଙ୍କ ଏହି କିଚେନକୁ ନେଇ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାକୁ ଦେଖିବା ପରେ ବିନୀତ ନାମକ ଜଣେ ଡକ୍ଟର ଏଠାରୁ ଖାଦ୍ୟ ମଗାଇବା ସହ ବଲିଉଡ ଷ୍ଟାର ଦମ୍ପତି ଅଜୟ ଦେବଗନ ଏବଂ କାଜଲ ଦେବଗନଙ୍କୁ ଏ ବିଷୟରେ ଜଣାଇଥିଲେ। ଯାହାକୁ ନେଇ ଏବେ ଏହି ଷ୍ଟାର ଦମ୍ପତି Rosy’s କିଚେନରୁ ଖାଦ୍ୟ ବରାଦ ଦେଇଥିବା ଜଣାପଡିଛି।

ମାୟାନଗରୀରରୁ ଆସିଲା ଅର୍ଡର, ରୋଜି's କିଚେନରୁ ଯିବ ଓଡିଆ ବ୍ୟଞ୍ଜନ

ଅନ୍ୟପଟେ ବଲିଉଡ ଷ୍ଟାର ଦମ୍ପତିଙ୍କ ଠାରୁ ବରାଦ ପାଇବା ପରେ ରୋଜି କିଚେନର କାମ କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବରାଦ ଅନୁଯାୟୀ ବିଭିନ୍ନ ଆଇଟମ ପ୍ରସ୍ତୁତ ହୋଇଥିବା ବେଳେ ଆଜି ଏହା ମାୟାନଗରୀ ମୁମ୍ବାଇ ଅଭିମୁଖେ ଯିବ ବୋଲି କିଚେନର ମୁଖ୍ୟ ସରୋଜା ଚୌଧୁରୀ କହିଛନ୍ତି। ଓଡିଶାରୁ ମୁମ୍ବାଇ ଯିବ ଓଡ଼ିଆ ଖାଦ୍ୟ। ଓଡିଆ ଘରଣୀ ସରୋଜା ଚୌଧୁରୀଙ୍କ ହାତ ରନ୍ଧା ଚାଖିବେ ବଲିଉଡ ଦମ୍ପତି। ଯାହାକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ ଓ ଉଦ୍ଦୀପନା।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details