ଭୁବନେଶ୍ବର: ରୋଜଭ୍ୟାଲି ଚିଟ ଫଣ୍ଡ ଠକେଇ ମାମଲାରେ ଜେଲରେ ଥିବା ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କର ସରିଛି ରିମାଣ୍ଡ ଅବଧି । ଏବେ ତାଙ୍କୁ ଭୁବନେଶ୍ବର ଝାଡପଡା ଜେଲକୁ ପଠାଇ ଦିଆଯାଇଛି । ତେବେ ଗିରଫ ପରେ ଶୁଭ୍ରାଙ୍କୁ 5 ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ ।
ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ତେବେ ସିବିଆଇ ଶୁଭ୍ରାଙ୍କୁ କୋଲକାତାରେ ଗିରଫ କରି 17 ଜାନୁଆରୀରେ ଭୁବନେଶ୍ବରକୁ ଆଣିଥିଲା । ଶୁଭ୍ରାଙ୍କୁ ସିବିଆଇ ରିମାଣ୍ଡରେ ନେଇ ଅନେକ ବିଷୟ ଉପରେ ପଚରାଉଚୁରା କରିଛି ।
ଗତ ରବିବାର ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏନେଇ କୋଲକତାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ବରରେ ପହଞ୍ଚିଲା ସିବିଆଇ। ପରେ ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ଶୁଭ୍ରା ରୋଜଭ୍ୟାଲି ମୁଖ୍ୟ ତଥା ଗିରଫ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ । ସେ ଚିଟଫଣ୍ଡ ମାମଲାରେ ସଂପୃକ୍ତ ଥିଲେ।