ଭୁବନେଶ୍ବର: ସ୍ମାର୍ଟସିଟିରେ ନିର୍ମାଣ କାର୍ଯ୍ୟ ଆଳରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଗୁଡିକୁ ଖୋଳାଯାଇଛି । ଏହାଦ୍ଵାରା ଗମନାଗମନରେ ବାଧା ସୃଷ୍ଟି ହେବା ସହ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି ମାତ୍ର ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଏହା ଦ୍ୱାରା ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ ନାହିଁ।
ଯଦି ରାଜଧାନୀର ଅବସ୍ଥା ଏପରି ତେବେ ରାଜ୍ୟର ଦୂର ଦୁରାନ୍ତ କଥା କହିବା ହାସ୍ୟାସ୍ପଦ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପଦା, ଯାହାକି ନବୀନ ନିବାସ ଠାରୁ ମାତ୍ର ଗୋଟିଏ କିଲୋମିଟର ମାତ୍ର ଦୁର୍ଭାଗ୍ୟର କଥା ଏହାର ମୁଖ୍ୟ ରାସ୍ତା ବିଗତ ୬ମାସ ଧରି ଅବହେଳିତ ଏବଂ ଅବ୍ୟବସ୍ଥାରେ। ଏହାର ତୁରନ୍ତ ସମାଧାନ କରିବା ଦାବିରେ ବିଜେପି ଭୁବନେଶ୍ୱର ଜିଲ୍ଲାର ଲିଙ୍ଗରାଜ ମଣ୍ଡଳ ତରଫରୁ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପଦଯାତ୍ରା ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଥିଲା ।