ଓଡିଶା

odisha

ETV Bharat / city

ଘାଟି ଦୁର୍ଘଟଣା ରୋକିବାକୁ ରୋଡମ୍ୟାପ: ସମସ୍ତ ଘାଟି ରାସ୍ତା ଲାଗି ଜାରି ହେବ ଗାଇଡଲାଇନ - ଘାଟି ଦୁର୍ଘଟଣା ରୋକିବାକୁ ରୋଡମ୍ୟାପ

ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଥିବା ବିଭିନ୍ନ ଘାଟିରେ ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହୋଇଛନ୍ତି । ବିଶେଷ କରି ଯାତ୍ରୀବାହୀ ଟୁରିଷ୍ଟ ବସ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନେକ ସତର୍କତା ସତ୍ତ୍ୱେ ଘାଟିରେ ଦୁର୍ଘଟଣା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏନେଇ ଆଜି ପରିବହନ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଅଧିକ ପଢନ୍ତୁ

ଘାଟି ଦୁର୍ଘଟଣା ରୋକିବାକୁ ରୋଡମ୍ୟାପ
ଘାଟି ଦୁର୍ଘଟଣା ରୋକିବାକୁ ରୋଡମ୍ୟାପ

By

Published : May 26, 2022, 10:14 PM IST

ଭୁବନେଶ୍ବର: ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଥିବା ବିଭିନ୍ନ ଘାଟିରେ ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହୋଇଛନ୍ତି । ବିଶେଷ କରି ଯାତ୍ରୀବାହୀ ଟୁରିଷ୍ଟ ବସ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନେକ ସତର୍କତା ସତ୍ତ୍ୱେ ଘାଟିରେ ଦୁର୍ଘଟଣା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏନେଇ ଆଜି ପରିବହନ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।

ଘାଟି ଦୁର୍ଘଟଣା ରୋକିବାକୁ ରୋଡମ୍ୟାପ: ସମସ୍ତ ଘାଟି ରାସ୍ତା ଲାଗି ଜାରି ହେବ ଗାଇଡଲାଇନ

ପ୍ରଥମେ ଗୁଜୁରାଟ ଆଉ ଏବେ ପଶ୍ଚିମବଙ୍ଗର ଟୁରିଷ୍ଟ ବସ କଳିଙ୍ଗା ଘାଟିରେ ଦୁର୍ଘଟଣା ଗସ୍ତ ହୋଇଛନ୍ତି । ବିଗତ ଦିନରେ ଦୁର୍ଘଟଣାରେ ବହୁ ଜୀବନହାନୀ ହୋଇଛି । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଘଟିରେ ମଧ୍ୟ ଛୋଟ ବଡ ଦୁର୍ଘଟଣା ସାମ୍ନାକୁ ଆସୁଛି । ବିଶେଷ କରି ରାଜ୍ୟ ବାହାରର ବସ ଅଧିକ ଦୁର୍ଘଟଣାଗସ୍ତ ହେଉଛି । ଘାଟିରେ ବସ ଚଳାଇବାରେ ଅଭିଜ୍ଞତା ଓ ଅନୁଭବ କମ ଯୋଗୁଁ ଏପରି ହେଉଥିବା ପରିବହନ ବିଭାଗ ଅନୁମାନ କରୁଛି । ବ୍ଲାକ ସ୍ପଟ ଚିହ୍ନଟ ସତ୍ତ୍ୱେ ସଚେତନତା ପରେ ଯଥା ପୂର୍ବଂ ତଥା ପରଂ ।

ରାଜ୍ୟ ସରକାର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଉଥିବାରୁ ଏଭଳି ଦୁର୍ଘଟଣା ପରିବହନ ବିଭାଗର ଚିନ୍ତା ବାଢେଇ ଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଆଜି ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଛି ଏହି ବୈଠକ । ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପରିବହନ କମିଶନର ଅରୁଣ ବୋଥ୍ରରା ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଘାଟି ଦୁର୍ଘଟଣା ରୋକିବାକୁ ବୈଠକରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ସମସ୍ତ ଘାଟି ରାସ୍ତା ଲାଗି ବିଭାଗ ପକ୍ଷରୁ ଜାରି ହେବ ନିର୍ଦ୍ଦେଶନାମା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details