ଓଡିଶା

odisha

ETV Bharat / city

ଖୋଲିଲା ରାସ୍ତା, ୮ ଜିଲ୍ଲାରେ ହଟିଲା 2074 ଗଛ - ହଟିଲା ରାସ୍ତା ଅବରୋଧ

ବାତ୍ୟା ୟସ ପ୍ରଭାବରେ ବିଭିନ୍ନ ରାସ୍ତାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିଲା । ଫଳରେ ବିଭିନ୍ନ ସ୍ଥାନରେ ଏହି ଅବରୋଧ ଯୋଗୁଁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା । ଶୁକ୍ରବାର ସମସ୍ତ ଅବରୋଧ ହଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

‘ୟସ୍’ ପ୍ରଭାବିତ ୮ଟି ଜିଲ୍ଲାରେ ହଟିଲା ରାସ୍ତା ଅବରୋଧ
‘ୟସ୍’ ପ୍ରଭାବିତ ୮ଟି ଜିଲ୍ଲାରେ ହଟିଲା ରାସ୍ତା ଅବରୋଧ

By

Published : May 28, 2021, 5:41 PM IST

ଭୁବନେଶ୍ବର: ବାତ୍ୟା ୟସ ପ୍ରଭାବରେ ବିଭିନ୍ନ ରାସ୍ତାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିଲା । ଫଳରେ ବିଭିନ୍ନ ସ୍ଥାନରେ ଏହି ଅବରୋଧ ଯୋଗୁଁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା । ଶୁକ୍ରବାର ସମସ୍ତ ଅବରୋଧ ହଟିଥିବା ସୂଚନା ମିଳିଛି ।

ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲା ବାତ୍ୟା ୟସରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟାରେ ଗଛ ଭାଙ୍ଗିବା ଯୋଗୁ ୮ଟି ଜିଲ୍ଲାର ୫୧୦ଟି ରାସ୍ତାରେ ଗମନାଗମନ ବ୍ୟାହତ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ଏହି ସମସ୍ତ ଜିଲ୍ଲାରେ ରାସ୍ତା ଅବରୋଧ ହଟିଛି । ୫୧୦ଟି ରାସ୍ତାରୁ ଉପୁଡ଼ି ପଡ଼ିଥିବା କିମ୍ବା ଭାଙ୍ଗି ପଡ଼ିଥିବା ୨୦୭୪ଟି ଗଛ କଟାଯାଇ ଗମନାଗମନ ବ୍ୟବସ୍ଥାକୁ ସ୍ଵାଭାବିକ କରାଯାଇଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details