ଭୁବନେଶ୍ବର:ଆସନ୍ତାକାଲିଠାରୁ କଡାକଡି ହେବ ହେଲମେଟ ଚେକିଂ । ପୂର୍ବଘୋଷଣା ମୁତାବକ ସଡକ ସୁରକ୍ଷା ନିୟମ କଡାକଡି ହେବ। ନୂଆ ବର୍ଷରୁ ନୂଆ ନିୟମ ନେଇ ପୂର୍ବରୁ ଘୋଷଣା କରିଥିଲେ ସରକାର । ଆସନ୍ତାକାଲି ଅର୍ଥାତ ଜାନୁଆରୀ ପହିଲା ଠାରୁ ଦୁଇ ଚକିଆ ଯାନରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ।
ଏପରିକି ପଛରେ ବସିଥିବା ଆରୋହୀଙ୍କୁ ମଧ୍ୟ ନୂଆ ନିୟମ ଅନୁଯାୟୀ, ହେଲମେଟ ପିନ୍ଧିବାକୁ ହେବ । ନଚେତ ଦୃଢ କାର୍ଯ୍ୟାନୁଷ୍ଠାନ ସହ ମୋଟାଅଙ୍କର ଜୋରିମାନା ଆଦାୟ କରିବେ ଟ୍ରାଫିକ ପୋଲିସ ।
କାଲିଠୁ କଡାକଡି ଚେକିଂ, ଡବଲ ହେଲମେଟ ନଥିଲେ ଜୋରିମାନା ଆଇନ ଲାଗୁ ହେବା ୧୨ ଘଣ୍ଟା ପୂର୍ବରୁ ଖୋଦ ପରିବହନ ମନ୍ତ୍ରୀ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି । ଦୁର୍ଘଟଣା କମ କରିବା ଓ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାରେ ଏହି ନିୟମ ସହାୟକ ହେବ। ଦୁର୍ଘଟଣା ନେଇ ପୂର୍ବରୁ ରୋଡ ସେଫଟି ଅଧ୍ୟକ୍ଷ ରାଜ୍ୟକୁ ତାଗିଦ କରିଛନ୍ତି।
ଗାଡି ଚଳାଇଲାବେଳେ ମୋବାଇଲରେ କଥା ନ ହେବା, ମଦ୍ୟପାନ ନ କରିବା, ଗାଡି ଧୀରେ ଚଲେଇବା ଭଳି ନିୟମ ମାନିବା ବାଧ୍ୟତାମୂଳକ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ