ଭୁବନେଶ୍ବର :ଖୋର୍ଦ୍ଧା ଜିଲ୍ଲାରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଲୋକସଭା ସାଂସଦଙ୍କ ଅଧ୍ୟକ୍ଷତାରେ ରୋଡ଼ ସେଫଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନଏଚ ଅଞ୍ଚଳରେ ଅଧିକ ମାତ୍ରରେ ମୃତ୍ୟୁ ଘଟୁଥିବା ସହ ଅନେକ ସମସ୍ୟାରେ ପଢୁଛନ୍ତି ସାଧାରଣ ଲୋକଙ୍କ ସହ ଗାଡି ଚାଳକ ।
23 ବ୍ଲାକ ସ୍ପଟ ପାଇଁ ବଢୁଛି ଦୁର୍ଘଟଣା - road safety awareness programme
ଖୋର୍ଦ୍ଧା ଜିଲ୍ଲାରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଲୋକସଭା ସଂସାଦଙ୍କ ଅଧ୍ୟକ୍ଷତାରେ ରୋଡ଼ ସେଫଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନଏଚ ଅଞ୍ଚଳରେ ଅଧିକ ମାତ୍ରାରେ ମୃତ୍ୟୁ ଘଟୁଥିବା ସହ ଅନେକ ସମସ୍ୟାରେ ପଢୁଛନ୍ତି ସାଧାରଣ ଲୋକଙ୍କ ସହ ଗାଡି ଚାଳକ । ଅଧିକ ପଢନ୍ତୁ...
2019ରେ ଏନଏଚରେ ମୃତ୍ୟୁ ସଂଖ୍ୟା 287 ଜଣଙ୍କର ହୋଇଥିବା ବେଳେ 2020 ରେ 217 ଜଣଙ୍କର ମୃତ୍ୟୁ ଘଟିଛି । ତେବେ କରୋନା ମହାମାରୀ ପାଇଁ ଓଡ଼ିଶାରେ ଲକଡାଉନ ରହିଥିବା ବେଳେ 2019 ଅପେକ୍ଷା 2020 ମସିହାରେ ଏନଏଚ ରେ ମୃତ୍ୟୁ ସଂଖ୍ୟା ବଢିଥିବା ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଖୋର୍ଦ୍ଧାରେ 23 ଟି ବ୍ଲାକ ସ୍ପଟ ରହିଛି । କେବଳ ଫୁଲ ନଖରାରୁ ବରକୁଳ ପର୍ଯ୍ୟନ୍ତ 20 ଟି ବ୍ଲାକ ସ୍ପଟ ରହିଥିବା ବେଳେ ଖୋର୍ଦ୍ଧାରୁ ବୋଲଗଡ଼ ଅଞ୍ଚଳ ମଧ୍ୟରେ 3ଟି ବ୍ଲାକ ସ୍ପଟ ରହିଛି ।
ବ୍ଲାକ ସ୍ପଟ ଗୁଡିକ ହେଲା ପାହାଳ, ଆର୍ଚାଯ୍ୟ ବିହାର, ଗଙ୍ଗାପଡା ଛକ, ପିତାପଲି ଛକ, ଖଣ୍ଡଗିରି ଛକ, ଆଇଗିନିଆ ଛକ, ଗୋହିରା ଛକ, କଳିଙ୍ଗ ବିହାର ଛକ, ପଳାଶୁଣି ଛକ, ତମାଣ୍ଡ ଛକ, ହଂସପାଳ ଚକ, ଲିଙ୍ଗିପୁର ଛକ, ଜାଭିୟର ଛକ, ରାମେଶ୍ୱର ଛକ, ଜଙ୍କିଆ ଛକ, ଚଣ୍ଡେଶ୍ୱର ଛକ, ନାଚୁଣି ଛକ, ସୋଲାରୀ ରେଳ ଷ୍ଟେସନ ଛକ, ଏଜି ଠାରୁ ରାଜଭବନ ଛକ, ରାମମନ୍ଦିର ଛକ ଓ ବମୀଖାଲ ଅଞ୍ଚଳରେ ରହିଛି ବ୍ଲାକ ସ୍ପଟ ।
ଆଜି ଏହି ବୈଠକରେ ଦୁଇ ଲୋକସଭା ସଂସାଦଙ୍କ ସହ ଖୋର୍ଦ୍ଧାର ଦୁଇ ଆରଟିଓ, ଖୋର୍ଦ୍ଧା ଜିଲ୍ଲାପାଳ, ଏସ୍ପି, ଏନଏଚର ଅଧିକାରୀ ସମେତ ବିଭିନ୍ନ ଏନଜିଓ ମାନେ ଯୋଗ ଦେଇଥିଲେ । ସଡକ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ସହ ଏହି ଏନଏଚର ସମସ୍ୟା ଉପରେ କଥା ହେବେ ବୋଲି କହିଛନ୍ତି ସଂସାଦ ପିନାକୀ ମିଶ୍ର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ