ଓଡିଶା

odisha

ETV Bharat / city

ଟ୍ବିନ ସିଟି ରାସ୍ତାରେ ଦୁର୍ଘଟଣା ରୋକିବ ରୋଡ ବ୍ୟାରିଅର

କମିଶନରେଟ ପୋଲିସର ନୂଆ ଯୋଜନା । ଏବେ ଦୁର୍ଘଟଣା ରୋକିବ ରୋଡ ବ୍ୟାରିଅର । ବାରମ୍ବାର ଟ୍ବିନସିଟି ରାସ୍ତାରେ ଦୁର୍ଘଟଣାକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

By

Published : May 27, 2019, 9:34 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: କଟକ-ଭୁବନେଶ୍ବର ରାସ୍ତାର ଓଭର ବ୍ରିଜରେ ରହିବ ରୋଡ଼ ବ୍ୟାରିଅର । ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ଓଭର ବ୍ରିଜରେ ଦୁର୍ଘଟଣା ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି କରିବ। ମାତ୍ରାଧିକ ବେଗ ରୋକିବାକୁ ରାସ୍ତାକଡ଼ରେ ଲାଗିବ ଇଣ୍ଟରସେପ୍ଟର । ଭୁବନେଶ୍ବର କଟକ ଓଭରବ୍ରିଜରେ ରହିବ ରୋଡ ବ୍ୟାରିଅର । ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଆରଟିଓଙ୍କ ସହ ବୈଠକ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
ରସୁଲଗଡ଼ ଠାରୁ ଆରମ୍ଭ କରି ଖଣ୍ଡଗିରି ଯାଏଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ଡିସିପି ଏବଂ ଟ୍ରାଫିକ ଏସପିଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର । ରାଜଧାନୀ ରାସ୍ତାରେ ବାଇକ୍ ଆରୋହୀମାନେ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି । ଟିକେ ଅନ୍ୟମନସ୍କ ହେଲେ ଜୀବନ ଯାଉଛି । ଏମିତି ସପ୍ତାହ ମଧ୍ୟରେ 5 ଜଣଙ୍କର ଜୀବନ ଗଲାଣି।

ବାରମ୍ବାର ଦୁର୍ଘଟଣା ଘଟିଥିବା ବେଳେ ନିଦ ହଜାଇଦେଉଛି କମିଶନରେଟ ପୋଲିସର । ମେ 25 ତାରିଖ ଶନିବାର ଅପରହ୍ନ 2ଟା ସମୟରେ ଜାତୀୟ ରାଜପଥ ବରମୁଣ୍ଡା ଫାୟାର ଷ୍ଟେସନ ଓଭାର ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲ।

ଏପରିକି ଅଧିକ ଦ୍ରୁତ ଗତିରେ ସ୍କୁଟି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ମୃତ୍ୟୁ ମୁଖରେ ପଡ଼ିଥିଲେ । ଏପରିକି ଶୁକ୍ରବାର ରାତିରେ ନୟାପଲ୍ଲୀ ଓଭରବ୍ରିଜ ଉପରେ ଏକ ବାଉଁଶ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରହିଥିବା ବ୍ଲାକ ସ୍ପଟକୁ ଚିହ୍ନଟ କରିବା ପାଇଁ ଆସନ୍ତା 31 ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଉଭୟ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ଏହାଛଡା ଉଭୟ ଆରଟିଓଙ୍କ ସହ ଆଲୋଚନା କରି ଜାତୀୟ ରାଜପଥକୁ କିଭଳି ଦୁର୍ଘଟଣାକୁ ରୋକା ଯାଇପାରିବ ସେଥିପ୍ରତି ନଜର ରହିବ ବୋଲି କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details