ଭୁବନେଶ୍ବର:ରାଜଧାନୀ ପାଲଟିଛି ମରଣଯନ୍ତା ! ଚଳିତ ବର୍ଷ ରାଜଧାନୀରେ ୫୩୨ଟି ସଡକ ଦୁର୍ଘଟଣା (Road Accidents in Bhubaneswar)ଘଟିଥିବା ବେଳେ ୧୪୯ଜଣଙ୍କ ଜୀବନ ଯାଇଛି । ନିଶାଶକ୍ତ, ରଙ୍ଗରୁଟ ଓ ବେପାରୁଆ ଗାଡି ଚାଳନା ହୋଇଛି ଏହାପଛର କାରଣ । ଡେଥ୍ ଜୋନ ପାଲଟିଛି ବାଲିଅନ୍ତା ଜଗନାନ୍ନଥ ସଡକ । ଏନେଇ କମିଶନରେଟ ପୋଲିସ ତରଫରୁ ରିପୋର୍ଟ ପ୍ରକାଶ ପାଇଛି ।
ସେହିପରି ସଡକ ଦୁର୍ଘଟଣାରେ ୩୦୪ ଜଣ ଗୁରୁତର ହୋଇଥିବା ବେଳେ ୧୨୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ କ୍ୟାପିଟାଲ ଥାନାରେ ୬୨, ଖଣ୍ଡଗିରି ୫୩, ସହିଦନଗର ୫୦, ବାଲିଅନ୍ତା,୪୪, ଜଟଣୀ ୪୩, ଓ ନୟାପଲ୍ଲୀ ଥାନାରେ ୩୫ଟି ମାମଲା ପଞ୍ଜିକୃତ ହୋଇଛି । ଦୁର୍ଘଟଣାରେ ବାଲିଅନ୍ତା ଥାନା ଅଞ୍ଚଳରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଟଣୀରେ ୧୮, ଖଣ୍ଡଗିରି ଓ ମଞ୍ଚେଶ୍ବର ୧୫, ସହିଦନଦର ୧୨ ଓ ଭରତପୁର ଅଞ୍ଚଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଅନ୍ତା ଥାନା ଅଞ୍ଚଳରେ ସବୁଠାରୁ ଅଧିକ ଜୀବନ ଯାଇଥିବା ବେଳେ ଏହି ଅଞ୍ଚଳର ନୂଆ ଜଗନ୍ନାଥ ସଡକ ଡେଥ ଜୋନ ପାଲଟିଥିବା ରିପୋର୍ଟରେ ପ୍ରକାଶ ପାଇଛି ।